ମୟୂରଭଞ୍ଜ: ହଠାତ ଗାଁ ଭିତରକୁ ପଶିଲେ ମାଟିଆ ଡ୍ରେସ ପିନ୍ଧା ମାଳ ମାଳ ସରକାରୀ ଅବକାରୀ ବିଭାଗ କର୍ମଚାରୀ, ଯାହାକୁ ଦେଖି ଲୋକେ ଛାନିଆ, ଅବକlରୀ ବିଭାଗ ଏବେ ଆକ୍ସସନ ମୋଡରେ , ଗୋଡ଼ାଇ ଗୋଡ଼ାଇ ମାଡି ବସି ନଷ୍ଟ କରୁଛି ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିବା ବେଆଇନ ମହୁଲି ମଦ କାରଖାନା l ମୟୂରଭଞ୍ଜ ଜିଲ୍ଲାର ଉଦଳା, କପ୍ତିପଦା, ଖୁଣ୍ଟାର ବିଭିନ୍ନ ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ବେଆଇନ ମହୁଲି ମଦ କାରବାର। ଗାଁ ଗହଳି ହେଉକି ସାପ୍ତାହିକ ହାଟ ବଜାରରେ ଦେଶୀ ମଦର ଆସର ବଢି ଚାଲିଥିବାରୁ ଗାଁ ଗ୍ରାମାଞ୍ଚଳର ଶାନ୍ତି ପରିବେଶ ଅଶାନ୍ତ ହୋଇପଡ଼ିଛି। ଏହି ବେଆଇନ ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ଭିତରେ ଭାଟି ଚଳାଇ ନିଜ ଚୋରା ସାମ୍ରାଜ୍ୟ ଗଢ଼ି, ପଡୋଶୀ ରାଜ୍ୟ ଓ ଅଞ୍ଚଳରେ ବେଧଡ଼କ ଭାବେ ଦେଶୀ ମଦ ବିକ୍ରି କରୁଛନ୍ତି।
ସୂଚନା ମୁତାବକ ଅବକାରୀ ବିଭାଗ ଆକ୍ସନ ମୋଡରେ ଦେଖି ଚୋରା ବେପାରୀ ଏବେ ଛାନିଆ l ଜଙ୍ଗଲ ଭିତରକୁ ପଶି ଅତର୍କିତ ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଜବତ ହେବା ସହିତ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ମହୁଲ ପୋଚ ଓ ଭାଟିକୁ ଧ୍ଵଂସ କରିଦେଇଛି ବିଭାଗ। ଏହି ଚଢ଼ାଉ ଅଭିଯାନ ଅବକାରୀ ଅଧିକ୍ଷକଙ୍କ ଶ୍ରୀ ପ୍ରଶାନ୍ତ କୁମାର କନ୍ହାରଙ୍କ ନିର୍ଦ୍ଧେଶକ୍ରମେ ସହାୟକ ଜିଲ୍ଲା ପଦାଧିକାରୀ-ସହ ନିର୍ବାହୀ ମ୍ୟାଜିଷ୍ଟ୍ରେଟ ଶ୍ରୀ ସୁବ୍ରତ କୁମାର ଘୋଷ ଓ ଉଦଳା ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ତାଣ୍ଡିଙ୍କ ମିଳିତ ଅତର୍କିତ ଚଢ଼ାଉରେ ବେତନଟି ଓ ବାରିପଦା ଅବକାରୀ ମୋବାଇଲ ଟିମ ଓ ଏପିଆର ଫୋର୍ସ ବାରିପଦାଙ୍କ ସହଯୋଗ ଦ୍ୱାରା ଉଦଳା ଥାନା ଜୁଆଲିଆ ଗ୍ରାମ ଜଙ୍ଗଲ, କପ୍ତିପଦା ଘୁଣ୍ଟିବଣି ଗାଁ ଜଙ୍ଗଲ ଓ ଅଦାପାଳ ଅଞ୍ଚଳରେ ଏହି ଅଭିଯାନ ଜାରି ରହିଥିଲା। ଚଢ଼ାଉ ଦେଖି ଚୋରା ମହୁଲି ମଦ ମାଫିଆମାନେ ଗଳା ବାଟ ଦେଇ ଫେରାର ହୋଇଯାଇଛନ୍ତି। ଏହି ଚଢ଼ାଉରେ ମୋଟ ୩ଟି ଆଇଡି ଲିକର ମାମଲା ରୁଜୁ ହୋଇଥିବା ସହ ୧୩୨୫ ଲିଟର ଅବୈଧ ମହୁଲିମଦ ଓ ପ୍ରାୟ ୧୩,୨୫୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି।
ଅବକାରୀ ବିଭାଗ ପକ୍ଷରୁ ଏପରି ଅଭିଯାନ ଜାରି ରହିବା ସହିତ ବେଆଇନ ମଦ ଚୋରାଚାଲାଣ ରୋକିବା ପାଇଁ ସଂକଳ୍ପବଦ୍ଧ ବିଭାଗ। ବିଭାଗୀୟ ସୂଚନା ଅନୁଯାୟୀ ଆଗକୁ ଚଢ଼ାଉ ଆହୁରି ଜୋରଦାର ଭାବରେ ଜାରି ରହିବ। ଶ୍ରୀ ସୁବ୍ରତ କୁମାର ଘୋଷ, ସହାୟକ ଜିଲ୍ଲା ପଦାଧିକାରୀ-ସହ ନିର୍ବାହୀ ମ୍ୟାଜିଷ୍ଟ୍ରେଟ୍ “ଅବକାରୀ ବିଭାଗ ନିୟମିତ ଭାବରେ ଏପରି ଅଭିଯାନ ଚଢ଼ାଉ ଜାରି ରଖିଛି । ଜିଲ୍ଲାର ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ରୋକିବା ଆମ ଲକ୍ଷ୍ୟ।” ବୋଲି କହିଛନ୍ତି l ଉଦଳା ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ତାଣ୍ଡି ଏହିଭଳି ସ୍ଵତନ୍ତ୍ର ଅଭିଯାନ ଜାରୀ ରଖିବା ପାଇଁ ବିଶେଷ ଟିମ ଗଠିତ ହୋଇଛି ବୋଲି ସୂଚନା ଦେଇଛନ୍ତି। ସେହିପରି ଜଙ୍ଗଲ ଅଞ୍ଚଳରେ ଥିବା ଭାଟିଗୁଡିକୁ ଧ୍ଵଂସ କରି ୧୩୨୫ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ। ତେଵେ ଆଗକୁ ଦେଖିବାକୁ ବାକି ଅଛି ଏହି ଚୋରା ମାଫିଆଙ୍କ କଳା କାରନାମାର ପର୍ଦାଫାଶ କେଵେ ହେଉଛି l










