21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଘର ଭଡ଼ା ନେଇ ସେକ୍ସ ର‍୍ୟାକେଟ୍‌ ଚଲାଉଥିଲେ ମା’-ପୁଅ, ତାପରେ..

ଘର ଭଡ଼ା ନେଇ ସେକ୍ସ ର‍୍ୟାକେଟ୍‌ ଚଲାଉଥିଲେ ମା’-ପୁଅ, ତାପରେ..

ମହାରାଷ୍ଟ୍ର: ମାଆ ପୁଅଙ୍କ ସେକ୍ସ ର‍୍ୟାକେଟ୍‌। ଘର ଭଡ଼ା ନେଇ ଯୁବତୀମାନଙ୍କୁ ଚାକାରି ଦେବା ଲୋଭରେ କରୁଥିଲେ ଦେହ ବ୍ୟବସାୟ। ହେଲେ ପୋଲିସର ଅପରେସନ ଶକ୍ତି ମାଆ ପୁଅଙ୍କ ସେକ୍ସ ର‍୍ୟାକେଟ୍‌ ର ପର୍ଦ୍ଦାଫାସ କରିଦେଲା। ଏବେ ପୋଲିସ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଅପରେସନ ଶକ୍ତି ଆରମ୍ଭ କରିଛି। ଏହି ଅପରେସନ ଅନ୍ତର୍ଗତ ପୋଲିସ ସହରରେ ଚାଲିଥିବା ଦେହ ବ୍ୟବସାୟ କେନ୍ଦ୍ରଗୁଡ଼ିକ ଉପରେ ନିରନ୍ତର ଚଢାଉ କରୁଛି। ଏହି ଅପରେସନ ଆଧାରରେ ନାଗପୁର ପୋଲିସ ନାଗପୁରର ହୁଡକେଶ୍ୱର ଅଞ୍ଚଳରେ ଚଢାଉ କରି ଏକ ସେକ୍ସ ର‍୍ୟାକେଟ୍‌ ଚଳାଉଥିବା ମା-ପୁଅଙ୍କୁ ଗିରଫ କରିଛି। ଏବଂ ଝିଅମାନଙ୍କୁ ଉଦ୍ଧାର କରିଛି। ସୂଚନା ଆଧାରରେ ସେକ୍ସ ର‍୍ୟାକେଟ୍‌ ଚାଲିଥିବା ଘରକୁ ପୋଲିସ ଜଣେ ନକଲି ଗ୍ରାହକକୁ ପଠାଇଥିଲା। ଏବଂ ଅନଲାଇନରେ ଜଣେ ଯୁବତୀ ପାଇଁ ଡିଲ୍ ହୋଇଥିଲା। ଏହାସହ ଆଡଭାନ୍ସ ବାବଦକୁ ୧୦୦୦ ଟଙ୍କା ମଧ୍ୟ ଦିଆଯାଇଥିଲା। ଡିଲ୍ ଫାଇନାଲ୍ ହେବା ପରେ ପୋଲିସ ଘରେ ଚଢ଼ାଉ କରିଥିଲା। ଏବଂ ମାଆ ପୁଅକୁ ଗିରଫ କରିଥିଲା। ପୋଲିସର ଏହି ପୁରା ଅପରେସନ୍ ସମୟରେ, ଛତିଶଗଡ଼ର ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ ଏହି ଯୁବତୀଙ୍କୁ ଟଙ୍କା ଦେବାକୁ କହି ନାଗପୁରକୁ ଅଣାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ କେବଳ ପ୍ରିମିୟମ୍ ଗ୍ରାହକମାନଙ୍କୁ ଝିଅ ଯୋଗାଇ ଦେଉଥିଲେ। ଅଭିଯୁକ୍ତମାନେ ହ୍ୱାଟ୍ସଆପରେ ଲୋକଙ୍କୁ ଫଟୋ ପଠାଇ ଡିଲ୍ ନିଶ୍ଚିତ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking