ରେଢାଖୋଲ: ରେଢାଖୋଲରେ ଭୟଙ୍କର ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ମାଆ ଏବଂ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ରବିବାର ବିଳମ୍ବିତ ରାତିରେ ନାକଟିଦେଉଳା ରାସ୍ତାର ଜିମିରିକୁଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଭେଟି ଶ୍ୱଶୁର ଘରୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କ ପଛରେ ବସିଥିବା ମାଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










