23.1 C
Bhubaneswar
Sunday, February 8, 2026
Homeଓଡିଶାଗୋଟିଏ ଜୁଇରେ ଜଳିଲେ ମାଆ ଓ ଶିଶୁକନ୍ୟା

ଗୋଟିଏ ଜୁଇରେ ଜଳିଲେ ମାଆ ଓ ଶିଶୁକନ୍ୟା

ସାନଖେମୁଣ୍ଡି : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ରାତିରେ ଜଣେ ପ୍ରସୂତି ସହ ତାଙ୍କ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ହରିଜନ ସାହିର ନମିତା ନାୟକ ଗର୍ଭବତୀ ଥିଲେ। ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ନମିତାଙ୍କ ଗର୍ଭ ଯନ୍ତ୍ରଣା ଦେବାରୁ ତାଙ୍କୁ ତାଙ୍କ ଭାଉଜ ଓ ଦେଢଶାଶୁ ଅଟୋ ଯୋଗେ ଆଡପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ତେବେ ଗର୍ଭବତୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଉପସ୍ଥିତ ଡାକ୍ତର ଯନ୍ତ୍ରଣା ହ୍ରାସ ପାଇଁ ମେଡିସିନ ଦେଇ ଥିଲେ। ନମିତା ଦିନ ସାରା ଯନ୍ତ୍ରଣାରେ ଛଟ ପଟ ହେଉଥିଲେ। ପରେ ରାତି ଡ୍ୟୁଟିରେ ଥିବା ମହିଳା ଡାକ୍ତର ଓ ଜଣେ ଏଏନ୍‌ଏମ ରାତି ୧୦ଟା ସମୟରେ ନମିତାଙ୍କ ପ୍ରସବ କରାଇଥିଲେ।

ଏହି ସମୟରେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିବାବେଳେ କିଛି ସମୟ ପରେ ମହିଳାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ଏ ସମ୍ପର୍କରେ କାହାକୁ କିଛି କୁହାନଯାଇ ପରିସ୍ଥିତି ଗୁରୁତର ଥିବା ଜାଣି ରାତି ପ୍ରାୟ ୧୧ ଟା ସମୟରେ ମାଆ ଓ ନଜଜାତକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା। ତେବେ ସେତେବେଳକୁ ମାଆ ଓ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିବା ବଡ଼ମେଡ଼ିକାଲ ଡାକ୍ତର କହିଥିଲେ। ଏହି ଖବର ଗାଁକୁ ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିରେ ନମିତା ଓ ଶିଶୁକନ୍ୟାଙ୍କ ଶବକୁ ଗାଁକୁ ଅଣାଯାଇ ଗୋଟିଏ ଜୁଇରେ ସତ୍କାର କରାଯାଇଥିଲା। ଚିକିତ୍ସା ଅବହେଳାରୁ ଦୁଇ ଦୁଇଟି ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଜୟନ୍ତି ନାୟକ,ସମାଜସେବୀ ରାମକୃଷ୍ଣ ନାୟକ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାହନ ଦାସଙ୍କୁ ପଚାରିବାରୁ ସେ କହିଲେ ଗତକାଲି ରାତିର ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି କି କେହି ତାଙ୍କୁ ଏହା ଜଣାଇନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking