25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମାଆଝିଅ ମିଶି ବାପାକୁ କଲେ ହତ୍ୟା

ମାଆଝିଅ ମିଶି ବାପାକୁ କଲେ ହତ୍ୟା

ଗୁଆହାଟୀ: ଆସାମର ଦିବ୍ରୁଗଡ଼ରୁ ଏକ ଅମନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ମିଶି ହତ୍ୟା କରିଛନ୍ତି। ଏହି ହତ୍ୟା ମାମଲାରେ ତାଙ୍କ, ଝିଅ ଏବଂ ଅନ୍ୟ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ। ସୂଚନାଯୋଗ୍ୟ, ଜୁଲାଇ ୨୫ରେ ଦିବ୍ରୁଗଡ଼ର ବ୍ୟବସାୟୀ ଉତ୍ତମ ଗୋଗୋଇଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକୁ ତାଙ୍କ ସ୍ତ୍ରୀ ଓ ଝିଅ ଡକାୟତିର ରୂପ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବ୍ୟବସାୟୀଙ୍କ କଟା କାନ ଦେଖି ତାଙ୍କ ଭାଇଙ୍କ ମନରେ ସନ୍ଦେହ ହେବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା। ଏହି ହତ୍ୟା ମାମଲାରେ ବ୍ୟବସାୟୀଙ୍କ ସ୍ତ୍ରୀ, ଝିଅ ଏବଂ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଉତ୍ତମ ଗୋଗୋଇଙ୍କ ଭାଇ ଅଭିଯୋଗ କରିଥିଲେ, ମୃତକଙ୍କ ସ୍ତ୍ରୀ ଓ ଝିଅ ପ୍ରଥମେ କହିଥିଲେ ଯେ ଉତ୍ତମଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି । କିନ୍ତୁ ମୁଁ ଘରେ ପହଞ୍ଚିବା ପରେ ଦେଖିଥିଲି ତାଙ୍କର କାନ କଟାଯାଇଛି। ଏହା ଦେଖି ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବାର ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡକୁ ତାଙ୍କ ଝିଅ ସ୍ବୀକାର କରିଥିବା ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking