କେନ୍ଦୁଝର: କେନ୍ଦୁଝରରୁ ଏକ ଦୁଃଖଦ ଘଟଣା ସାମଂ୍ନାକୁ ଆସିଛି । ବିଷାକ୍ତ ସାପ କାମୁଡାରେ ମାଆଝିଅଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ପାଟଣା ଥାନା ଅନ୍ତର୍ଗତ ବଜବିଲ ଗାଁରେ ମାଆଝିଅ ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି । ସାପକାମୁଡାର ଶିକାର ହେବା ପରେ ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥବା ବେଳେ ଝିଅକୁ ଗୁରୁତର ଆବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଝିଅର ମଧ୍ୟ ଜୀବନ ଚାଲିଯାଇଛି । ଏହି ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି ।









