17.1 C
Bhubaneswar
Wednesday, February 4, 2026
Homeଓଡିଶାମୋଟଙ୍ଗା ବ୍ଲାଷ୍ଟ: ୨ ମୃତଦେହ ଉଦ୍ଧାର

ମୋଟଙ୍ଗା ବ୍ଲାଷ୍ଟ: ୨ ମୃତଦେହ ଉଦ୍ଧାର

ଢେଙ୍କାନାଳ: ମୋଟଙ୍ଗାର ଗୋପାଳପୁର ଖଣିରେ ବ୍ଲାଷ୍ଟ ଓ ଅତଡା ଖସିବା ଘଟଣା । ଏହି ଘଟଣାରେ ମାଟି ଅତଡା ତଳୁ ୨ଟି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗୋଟିଏ ଓଡ୍ରାଫ ଓ ୨ଟି ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାଟି ଖୋଳିବାରେ ଲାଗିଛି ଜେସିବି ମେସିନ୍‌, ଡଗ୍ ସ୍କ୍ୱାର୍ଡର ତଲାସୀ ଜାରି ରହିଛି । ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ତହସିଲଦାର ମୋଟଙ୍ଗା ପୁଲିସ ପହଞ୍ଚି ଖଣି ମଧ୍ୟରେ ନିରୀକ୍ଷଣ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ ବ୍ଲାଷ୍ଟିଂ ସହ ଚାଲିଥିଲା ପଥର ଖଣି ଥନନ କାର୍ଯ୍ୟ । ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ସ୍ଥିତ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏକ କଳା ମୁଗୁନି ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking