29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶଏହି ଦେଶରେ ଅଧିକାଂଶ ଲୋକେ ଖାଇଥାନ୍ତି ଭେଜ୍‌, ଜାଣନ୍ତୁ ରହସ୍ୟ..

ଏହି ଦେଶରେ ଅଧିକାଂଶ ଲୋକେ ଖାଇଥାନ୍ତି ଭେଜ୍‌, ଜାଣନ୍ତୁ ରହସ୍ୟ..

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଖାଇବା ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । ଖାଦ୍ୟ ଦୃଷ୍ଟିରୁ, କିଛି ଲୋକ ଭେଜ୍ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ନନ୍‌-ଭେଜ୍ ଖାଇବାକୁ ପସନ୍ଦ କରନ୍ତି । ବର୍ତ୍ତମାନ କିଛି ଲୋକ ଭେଗାନ ମଧ୍ୟ ହେଇଯାଉଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଦେଶର ଲୋକମାନେ ଦୁନିଆରେ ଅଧିକ ଭେଜ୍ ଖାଉଛନ୍ତି? ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଦେଶରେ ଭେଜ୍ ଖାଉଥିବା ଲୋକଙ୍କ ସଂଖ୍ୟା ଅଧିକ ।

ଯେଉଁମାନେ ଖାଦ୍ୟକୁ ଭଲ ପାଆନ୍ତି ସେମାନେ ଭଲ ଖାଦ୍ୟ ସନ୍ଧାନରେ ଅନେକ ଦୂର ଯାତ୍ରା ମଧ୍ୟ କରନ୍ତି । ଖାଦ୍ୟର ସବୁଠାରୁ ବଡ ବିଶେଷତା ହେଉଛି ସମସ୍ତ ସହର, ରାଜ୍ୟ ଏବଂ ଦେଶର ଖାଦ୍ୟ ଅଭ୍ୟାସ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ କିଛି ଲୋକ ଭେଜ୍ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ନନ୍‌-ଭେଜ୍ ଖାଇବାକୁ ପସନ୍ଦ କରନ୍ତି । ତଥାପି, ବିଶ୍ୱର ଅଧିକାଂଶ ଲୋକ ନନ୍ ଭେଜ୍ ଖାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଦେଶଗୁଡ଼ିକ ବିଷୟରେ କହିବୁ ଯେଉଁଠାରେ ଅଧିକାଂଶ ଲୋକ ଭେଜ୍ ଖାଦ୍ୟ ଖାଆନ୍ତି । ଭେଜ୍ ଭୋଜନକାରୀଙ୍କ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଏଠାରେ ୩୮ ପ୍ରତିଶତରୁ ଅଧିକ ଲୋକ ଶାକାହାରୀ ଖାଦ୍ୟ ଖାଆନ୍ତି । ହରିୟାଣା ଏବଂ ରାଜସ୍ଥାନ ହେଉଛି ସେହି ରାଜ୍ୟ ଯେଉଁଠାରେ ସର୍ବାଧିକ ସଂଖ୍ୟକ ଲୋକ ଶାକାହାରୀ ଅଟନ୍ତି । ଏହା ପରେ ଶାକାହାରୀ ଭୋଜନକାରୀଙ୍କ ମଧ୍ୟରେ ଇସ୍ରାଏଲ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ରହୁଥିବା ୧୩ ପ୍ରତିଶତ ଲୋକ ଶାକାହାରୀ ଖାଦ୍ୟ ଖାଇଥା’ନ୍ତି । ଏଠାରେ ଲୋକମାନେ ବିଶ୍ୱାସ କରନ୍ତି ଯେ କ୍ଷୁଧା ମେଣ୍ଟାଇବା ପାଇଁ ପଶୁମାନଙ୍କୁ ହତ୍ୟା କରିବା ଯଥାର୍ଥ ନୁହେଁ ।

ତାଇୱାନ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ୧୨ ପ୍ରତିଶତରୁ ଅଧିକ ଲୋକ ଭେଜ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏଠାରେ ଅନେକ ଶାକାହାରୀ ରେଷ୍ଟୁରାଣ୍ଟ ମଧ୍ୟ ଅଛି । ଶାକାହାରୀ ଭୋଜନ ତାଲିକାରେ ଇଟାଲୀ ଚତୁର୍ଥ ସ୍ଥାନରେ ଅଛି, ଯେଉଁଠାରେ ୧୦ ପ୍ରତିଶତ ଲୋକ ଭେଜ୍ ଖାଉଛନ୍ତି । ଯଦିଓ ଇଟାଲୀ ନନ୍ ଭେଜ୍ ପାଇଁ ପ୍ରସିଦ୍ଧ, କିନ୍ତୁ ଏକ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ ସେଠାରେ ଭେଜ୍ ଖାଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଅଷ୍ଟ୍ରିଆ ହେଉଛି ଏକ ଛୋଟ ଦେଶ । ଯେଉଁଠାରେ ୯ ପ୍ରତିଶତ ଲୋକ ଭେଜ୍ ଖାଇବାକୁ ପସନ୍ଦ କରନ୍ତି । ଅଷ୍ଟ୍ରିଆରେ ଶାକାହାରୀ ଖାଦ୍ୟ ଅଧିକ ମିଠା ହୋଇଥାଏ । ଏଥିରେ ଅନେକ ଉପାଦାନ ସାମିଲ ରହିଛି । ସେହିଭଳି ଭେଜ୍ ଖାଉଥିବା ଦେଶ ତାଲିକାରେ ୟୁରୋପୀୟ ଦେଶ ଜର୍ମାନୀ ୬ ନମ୍ବରରେ ଅଛି । ଯଦିଓ ଏଠାକାର ଲୋକମାନେ ନନ୍ ଭେଜ୍ ଖାଦ୍ୟକୁ ପସନ୍ଦ କରନ୍ତି, ତଥାପି ୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଭେଜ୍ ଖାଦ୍ୟ ଉପରେ ନିର୍ଭର କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking