ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀଙ୍କ ପାଲଟା ଜବାବ ଦେଇଛନ୍ତି । କହିଛନ୍ତି , ଚିଟଫଣ୍ଡ କେସ ବିଚରାଧୀନ ଅଛି । ୨୦୨୪ ନିର୍ୱାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ୱାକଫ ପ୍ରସଙ୍ଗ ଘୋଡାଇବାକୁ ମୋତେ ଟାର୍ଗେଟ କରାଯାଉଛି । ମୁଁ ଦଳରେ ନାହିଁ କହିବା ଏହା ମିଛ । ମୁଁ ଗତକାଲିଠାରୁ ବିଜୁ ଜନତା ଦଳରେ ନାହିଁ । ମୁଁ ଦୋଷୀ କି ନୁହେଁ ନ୍ୟାୟାଳୟ କହିବ ।ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଉଛି । ବିଜେଡିର ଭବିଷ୍ୟତ ଠିକ ନାହିଁ ।