22.1 C
Bhubaneswar
Tuesday, March 25, 2025
Homeଓଡିଶାଆସନ୍ତାକାଲିଠୁ ସକାଳୁଆ ସ୍କୁଲ; ୬.୩୦ରୁ ଆରମ୍ଭ ୧୦.୩୦ ସରିବ

ଆସନ୍ତାକାଲିଠୁ ସକାଳୁଆ ସ୍କୁଲ; ୬.୩୦ରୁ ଆରମ୍ଭ ୧୦.୩୦ ସରିବ

ଭୁବନେଶ୍ୱର : ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତାପମାତ୍ରାକୁ ନଜରରେ ରଖି ସ୍କଲକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସକାଳ ସାଢେ ୬ଟାରୁ ଆରମ୍ଭ ହୋଇ ବିଦ୍ୟାଳୟ ସାଢେ ୧୦ଟାରେ ସରିବ । ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯିବ । ନିୟମକୁ ତତକ୍ଷଣାତ୍ ଲାଗୁ ନେଇ ସମସ୍ତ ଜିଲାପାଳମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଟାଣ ଖରାରେ ଅଂଶୁଘାତକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତି କରି ସାରିଛି। ଅଂଶୁଘାତ ସମସ୍ୟା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ୬ ଟି ଶଯ୍ୟା ସ୍ୱତନ୍ତ୍ର ଭାବେ ସଂରକ୍ଷିତ କରି ରଖା ଯାଇଛି। ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ୪ ଟି ଓ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ଶଯ୍ୟା ରଖା ଯାଇଛି। ଏହାଠୁ ଅଧିକ ରୋଗୀ ଆସିବା କ୍ଷେତ୍ରରେ ଅନେକ କ୍ୟାବିନ ରେ ରଖିବାର ବ୍ୟବସ୍ଥା କରିବୁ । ସବୁ ଜାଗାରେ ପ୍ରାୟତଃ ଏସି ରହିଛି ଯେଉଁଠି ଏସି ନାହିଁ କୁଲର ର ବ୍ୟବସ୍ଥା କରାଯାଇଛି । ଏହା ସହ ଥଣ୍ଡା ପାଣି ପାଇଁ ପର୍ଯ୍ୟାପ୍ତ ପାଣି ମାଠିଆ ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ପ୍ରଚୁର ମାତ୍ରା ରେ ଓ଼ଆରଏସ ମହଜୁଦ ରହିଛି ଓ ଓଆରଏସ କର୍ଣ୍ଣର ଖୋଲାଆଯାଇଛି । ଏହା ସହ ସ୍ଲାଇନ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଅଛି ଓ ଆମେ ପ୍ରସ୍ତୁତ ଅଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking