15.1 C
Bhubaneswar
Friday, January 16, 2026
Homeସ୍ୱାସ୍ଥ୍ୟଶରୀର ପାଇଁ ଉପକାରୀ ସଜନା ଶାଗ...

ଶରୀର ପାଇଁ ଉପକାରୀ ସଜନା ଶାଗ…

ଭୁବନେଶ୍ଵର : ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ସଜନାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରକ୍ତହୀନତାକୁ ରୋକିବାରେ ସହାୟକ ହୋଇଥାଏ। ରକ୍ତରେ ହେମୋଗ୍ଲୋବିନ୍ ସୃଷ୍ଟି କରେ ଯାହା ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ। ଏହା ସହ ଭିଟାମିନ୍ ସି ଆଇରନ୍ ଅବଶୋଷଣରେ ମଧ୍ୟ ସାହାଯ୍ୟ କରେ। ଥାଇରଏଡ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ସଜନା ଶାଗରେ ଆୟୋଡିନ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି ଏବଂ ଇ, ଜିଙ୍କ ଏବଂ ସେଲେନିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହାକି ଆୟୋଡିନ୍ ଥାଇରଏଡ୍ ହରମୋନ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ।
ନିୟମିତ ସଜନା ଶାଗ ଖାଇଲେ ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ମଜଭୁତ ରଖିବାରେ ଅନେକାଂଶରେ ସହାୟକ ହୋଇଥାଏ।ଏଥିରେ ଆଉ ଏକ ଉପକାରୀ ଗୁଣ ରହିଛି। ରକ୍ତଚାପକୁ ସନ୍ତୁଳିତ ରଖିବାରେ ଅନେକାଂଶରେ ସାହାଯ୍ୟ କରେ ସଜନା ଶାଗ। ଏହା ଲିଭର୍‌ ସେଲ୍‌କୁ କେତେକାଂଶରେ ସୁରକ୍ଷିତ ରଖିଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏହା ମଧ୍ୟ ଉପକାରୀ।ସଜନା ଶାଗ ଶରୀରର ଚର୍ବି ଅଂଶକୁ କମାଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କେଶମୂଳକୁ ଦୃଢ଼ ରଖିଥାଏ। ଏହା ମଧ୍ୟ ହଜମ ଶକ୍ତିକୁ ଆହୁରି ଦୃଢ଼ କରିଥାଏ। ନିୟମିତ ସଜନା ଶାଗ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking