21.1 C
Bhubaneswar
Sunday, March 23, 2025
Homeଓଡିଶା୧୨ ବର୍ଷରେ ଦିଆଯାଇଛି ୪୬୮ କୋଟି ଟଙ୍କାରୁ ଅଧିକ ବିଜ୍ଞାପନ

୧୨ ବର୍ଷରେ ଦିଆଯାଇଛି ୪୬୮ କୋଟି ଟଙ୍କାରୁ ଅଧିକ ବିଜ୍ଞାପନ

ଭୁବନେଶ୍ୱର: ବିଗତ ୧୨ବର୍ଷ ମଧ୍ୟରେ ବିଭିନ୍ନ ଗଣାମଧ୍ୟକୁ ବିଜ୍ଞାପନ ଆକାରରେ ୪୬୮ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଏଥି ମଧ୍ୟରେ ସର୍ବାଧିକ ଅର୍ଥ ଛାପା ଗଣମାଧ୍ୟମ ପାଇଥିବାବେଳେ ସବୁଠାରୁ କମ୍‍ ୱେବ ମିଡିଆ ପାଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୩-୧୪ ରୁ ୨୦୨୪-୨୫ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞାପନ ବାବଦରେ ବିଭିନ୍ନ ଗଣମାଧ୍ୟମକୁ ମୋଟ୍‍ ୪୬୮ କୋଟି ୮୬ଲକ୍ଷ ୯୯ହଜାର ୩୩୬ ଟଙ୍କା ପ୍ରଦାନ କରିଛି । ଏଥି ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ ୪୧୬,୭୨,୩୧,୯୪୨ ଟଙ୍କା ପାଇଥିବାବେଳେ ଟିଭି ଚ୍ୟାନେଲମାନେ ୫୧,୨୧,୧୪,୪୯୦ ଟଙ୍କା ନେଇଛନ୍ତି । ଏହି ସମୟରେ ୱେବ ମିଡିଆ ପାଇଛି ୯୩,୫୨,୯୦୪ ଟଙ୍କା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗଣମାଧ୍ୟମକୁ ପ୍ରଦାନ ପାଇଁ ୪,୨୬,୯୭,୪୯୫ ଟଙ୍କାର ବକେୟା ରହିଛି । ଏଥି ମଧ୍ୟରେ ଚଳିତ ବର୍ଷର ବକେୟା ପରିମାଣ ୩,୩୦,୫୩,୧୨୩ ଟଙ୍କା ରହିଛି । ମୁଦ୍ରିତ ଗଣମାଧ୍ୟମ ଓ ଟିଭି ଚ୍ୟାନେଲମାନେ ୨୦୧୮-୧୯ ବର୍ଷରେ ସର୍ବାଧିକ ବିଜ୍ଞାପନ ପାଇଥିବାବେଳେ ଏହି ବର୍ଷ ୱେବ ମିଡିଆ କୌଣସି ବିଜ୍ଞାପନ ପାଇନାହାନ୍ତି । ୱେବ ମିଡିଆମାନଙ୍କୁ ଏହି ୧୨ ବର୍ଷରେ ମାତ୍ର ୩ବର୍ଷ ପାଇଁ ବିଜ୍ଞାପନ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking