22.1 C
Bhubaneswar
Friday, February 6, 2026
Homeଓଡିଶାଗୁଳି କରି ଲୁଟିନେଲେ ପଚାଶ ହଜାରରୁ ଅଧିକ ଟଙ୍କା

ଗୁଳି କରି ଲୁଟିନେଲେ ପଚାଶ ହଜାରରୁ ଅଧିକ ଟଙ୍କା

ମୟୁରଭଞ୍ଜ: ମାତିଛନ୍ତି ଲୁଟେରା ସୁରକ୍ଷାକୁ ନେଇ ଚିନ୍ତାରେ ସାଧାରଣ ଜନତା। କେତେବେଳେ ବନ୍ଧୁକ ଗୁଳିରେ ଜୀବନ ନେଉଛନ୍ତି ତୋ ପୁଣି କେତେବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘାୟଲ କରି ଲୁଟି ନେଉଛନ୍ତି ଲୁଟେରା। ସେହିଭଳି ଜନୈକ ବ୍ୟକ୍ତି ବଳଦ କିଣିବା ଉଦ୍ଦେଶ୍ୟରେ ଆସିଥିଲେ ହାଟ ହେଲେ ଶବ ହୋଇ ଫେରିଲେ ଘର। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଘାଗରବେଡା ଥାନା କେନ୍ଦୁଆ ବୈତରଣୀ ନଦୀ କୂଳରେ। ଗୁଳି ମାରି ହତ୍ୟା କରି ଲୁଟେରା ଲୁଟି ନେଲେ ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା । ଲୁଟେରାଙ୍କ ଗୁଳି ମାଡ଼ରେ ମୃତ୍ୟୁ ବରଣ କରିଥିବା ମୃତକ ଜଣକ ହେଲେ ହାରା ମହାନ୍ତ। ସେ କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡ଼ାରେ ନିଜ ଶଶୁର ଘରେ ରହୁଥିଲେ । ତେବେ ସେ ଅନ୍ୟ ଦୁଇଜଣ ସାଥିଙ୍କ ସହିତ ବଳଦ କିଣିବାକୁ ଅଙ୍ଗାରପଦା ହାଟକୁ ଆସିଥିଲା । ମାତ୍ର ବଳଦ ନ କିଣି ହାଟରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରି ଲୁଟିନେଲେ ପଚାଶ ହଜାରରୁ ଅଧିକ ଟଙ୍କା । ଖବରପାଇ ଘଟଣାସ୍ଥଳରେ ଘାଗରବେଡା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତଜାରୀ ରଖିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking