22.1 C
Bhubaneswar
Friday, December 5, 2025
Homeଓଡିଶାପ୍ରଚାର ପ୍ରସାରରେ ୯ କୋଟିରୁ ଅଧିକ ଖର୍ଚ୍ଚ

ପ୍ରଚାର ପ୍ରସାରରେ ୯ କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର: ପ୍ରଚାର ପ୍ରସାରରେ ୯ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି  ସରକାର । ପ୍ରଚାର ପ୍ରସାରରେ ୯ କୋଟି ୩୫ ଲକ୍ଷ  ୬୩ ହଜାର ୧୫୨ ଟଙ୍କା ଖର୍ଚ୍ଚ ହୋଇଛି ।  ୨୦୨୪ ଜୁଲାଇରୁ ଆଜି ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି ସରକାର । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ  କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର  ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହା ପରେ ଗୃହ ସ୍ୱାଭାବିକ ଚାଲିଛି ।  ବିଭିନ୍ନ  ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking