34.1 C
Bhubaneswar
Wednesday, May 21, 2025
Homeଓଡିଶାଆଜି ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଆଜି ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନ କରାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଜିଲ୍ଲାସ୍ତରୀୟ ଷ୍ଟିଅରିଂ କମିଟିର ସମସ୍ତ ସଦସ୍ୟ, କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍, ସଫଳ ଲକ୍ଷପତି ଦିଦି, ପ୍ରଭାବଶାଳୀ ବ୍ୟକ୍ତିତ୍ଵ (ଇନଫ୍ଲୁଏନସର) ଏବଂ ବିଭାଗୀୟ ଅଧିକାରୀ ପ୍ରଭୃତିଙ୍କ ସମେତ ପ୍ରାୟ ୪୦୦୦ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଏଇ ଜିଲ୍ଲାସ୍ତରୀୟ କର୍ମଶାଳାମାନ ଅନୁଷ୍ଠିତ ହୋଇ ଯାଇଛି।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତା ରେ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ ରାଜ୍ୟ ସରକାରଙ୍କ ର ଏକ ଅଗ୍ରଣୀ କାର୍ଯ୍ୟକ୍ରମ “ଲକ୍ଷପତି ଦିଦି ଯୋଜନା “କୁ ଅଧିକ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାର “ଲକ୍ଷପତି ଦିଦି ସହାୟିକା ଯୋଜନା” ଘୋଷଣା କରିଛନ୍ତି, ଯାହା ମାଧ୍ୟମରେ ସମସ୍ତ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ), ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ଯେହେତୁ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ) ତୃଣମୂଳ ସ୍ତରରେ ଲକ୍ଷପତି ଦିଦି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରି ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ନିଯୁକ୍ତ ହୋଇଛନ୍ତି, ସେଥିପାଇ ସେମାନଙ୍କର କ୍ଷମତା ବୃଦ୍ଧି ଏବଂ ବୁଝାମଣା ସ୍ତରକୁ ଉନ୍ନତ କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ କି ସମସ୍ତ ସାମ୍ଭାବ୍ୟ ଲକ୍ଷପତି ଦିଦି ମାନଙ୍କୁ ଲକ୍ଷପତି ଦିଦି କରିବା ପାଇଁ ସମଗ୍ର ଓଡ଼ିଶାରେ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କ ପାଇଁ ସ୍ଥାନୀୟ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରାଯାଇଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କର ବ୍ୟବସାୟ ବିକାଶ ଯୋଜନା (ବିଡିପି) ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ୨୦୨୪-୨୫ ମଧ୍ୟରେ ଲକ୍ଷ୍ୟ ହାସଲ କରିବା ପାଇଁ ମୋଟ ୧୬.୪୪ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି)ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ୧୧ ଲକ୍ଷ ବ୍ୟବସାୟ ବିକାଶ ଯୋଜନା (ବିଡିପି) ପ୍ରସ୍ତୁତ କରାଯାଇଛି । ଲକ୍ଷପତି ଦିଦି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ, ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ବର୍ତ୍ତମାନ ସୁଦ୍ଧା ୨୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ)ଙ୍କୁ ତାଲିମ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking