ଭୁବନେଶ୍ୱର: ରାଜ୍ୟରେ ଥମୁନି ସଡ଼କ ଦୁର୍ଘଟଣା । ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଉ ଏଥିରେ ୩ ହଜାରରୁ ଅଧିକ ଜୀବନ ଯାଇଛି । ଦିନକୁ ଦିନ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଥିବାବେଳେ କେମିତି ଏଥିରେ ଲାଗିବ ବ୍ରେକ୍ ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ସରକାର ସଡ଼କ ସୁରକ୍ଷା ଦିଗରେ ଅନେକ ନିୟମ ଆଣୁଛନ୍ତି । ହେଲେ ନିୟମ ମାନିବାକୁ ନାରାଜ । ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଅନେକ କାର୍ୟ୍ୟକ୍ରମ କରାଯାଉଛି । ସଡ଼କ ସୁରକ୍ଷା ସପ୍ତାହ ବି ପାଳନ କରାଯାଉଛି । ତଥାପି ପ୍ରତିଦିନ ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ଦ୍ରୁତ ଗାଡ଼ି ଚାଳନା ଉପରେ ଶକ୍ତ କଟକଣା ଲଗାଗଲେ ହୁଏତ ଦୁର୍ଘଟଣାର ମାତ୍ରା କମି ପାରନ୍ତା ।