ଭୁବେନଶ୍ୱର : ଚାରି ଜିଲ୍ଲାରେ ଥିବା ମୋଟ୍ ବୁଣାକାରଙ୍କ ସଂଖ୍ୟା ୫୪,୫୬୮ । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ବରଗଡ ଓ ସୋନପୁର । ଏହି ଜିଲ୍ଲାଗୁଡିକରୁ ୩୦ଲକ୍ଷ ବର୍ଗ ମିଟରରୁ ଅଧିକ କପଡା ଓ ଲୁଗା ଉତ୍ପାଦନ ହୋଇଥିବା ସୂଚନା ଦେଇଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବେିଜପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେର ମନ୍ତ୍ରୀ କହିଛନ୍ତି ଯେ ଏହି ଚାରିଟି ଜିଲ୍ଲାର ବୁଣାକାରମୋନ ପ୍ରାୟ ୧୨୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିଛନ୍ତି । ବରଗଡ ଓ ସୋନପୁର ଜିଲ୍ଲା ଏ କ୍ଷେତ୍ରେର ସବୁଠାରୁ ଆଗେର ରହିଛନ୍ତି । ଏହି ଦୁଇ ଜିଲ୍ଲୋର ୪୧ହଜାରରୁ ଅଧିକ ବୁଣାକାର ରହିଛନ୍ତି ଓ ସେମୋନ ପାଖପାଖି ୧୨୩ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିଛନ୍ତି । ସେହିଭଳି ମନ୍ତ୍ରୀ ଦର୍ଶାଛନ୍ତି ଯେ ୨୦୨୩-୨୪ ବଷର୍ରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଉତ୍ପାଦିତ ହୋଇଥିବା ହସ୍ତତନ୍ତ ବସ୍ତ୍ର ମଧ୍ୟରୁ ୧୨ କୋଟି ଟଙ୍କାର ସାମଗ୍ରୀ ରାଜ୍ୟ ବାହୋର ବିକ୍ରି ହୋଇଥିବୋବେଳ ୨.୨୫ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରାଯାଇଛି ।