36.1 C
Bhubaneswar
Wednesday, June 4, 2025
Homeଓଡିଶା୨୫ହଜାର ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜବରଦଖଲ

୨୫ହଜାର ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜବରଦଖଲ

ଭୁବନେଶ୍ୱର : ଓଡିଶାରେ ୨୫ହଜାର ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜବରଦଖଲ ହୋଇଛି । ଏଥିରେ ଅନାବାଦୀ ଜମିର ପରିମାଣ ୨୦ହଜାର ଏକରରୁ ଅଧିକ ରହିଛି । ତେବେ ଯାଜପୁର ଜିଲ୍ଲାରେ ସର୍ବାଧିକ ଅନାବାଦୀ ଜମି ଜବରଦଖଲ ହୋଇଥିବାବେଳେ ଗୋଚର ଦଖଲ କ୍ଷେତ୍ରରେ ଆଗରେ ରହିଛି ବରଗଡ ଜିଲ୍ଲା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍‍ ୨୦,୪୩୫ ଏକର ଜମି ଜବରଦଖଲ ହୋଇଥିବାବେଳେ ୪୯୧୮ ଏକର ଗୋଚର ଜମି ଜବରଦଖଲ ହୋଇଛି । ଏହିସବୁ ଜବରଦଖଲ ଜମିରେ ଲୋକେ ଚାଷବାସ କରିବା ସହିତ ଘର ତିଆରି କରିଛନ୍ତି ।

ଅନାବାଦୀ ଜମି ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବାଧିକ ୭୧୬୦ଏକର ଜମି ଜବରଦଖଲ ହୋଇଥିବାବେଳେ ସମ୍ବଲପୁରରେ ୪୪୦୩ ଏକର, ମୟୁରଭଞ୍ଜରେ ୨୨୨୪ ଏକର, ମାଲକାନଗିରିରେ ୧୩୭୩ ଏକର, କନ୍ଧମାଳରେ ୯୪୧ ଏକର, ବଲାଙ୍ଗିରରେ ୯୦୧ଏକର, ବରଗଡରେ ୮୦୦ଏକର, ସୋନପୁରରେ ୭୧୬ ଏକର ଜମି ଜବରଦଖଲ ହୋଇଛି ।ଗୋଚର ଜମି ମଧ୍ୟରେ ବରଗଡ ଜିଲ୍ଲାରେ ସର୍ବାଧିକ ୭୬୬ଏକର ଜମି ବରଗଡ ଜିଲ୍ଲାରେ ଜବଦରଖଲ ହୋଇଥିବାବେଳେ ବଳାଙ୍ଗିରରେ ୬୬୮ ଏକର,ସୋନପୁରରେ ୫୪୫ ଏକର ଓ ସମ୍ବଲପୁରରେ ୫୪୫ ଏକର ଜମି ଜବଦରଖଲ ହୋଇଛି । ବର୍ତ୍ତମାନ ରାଜ୍ୟରେ ୭,୮୪,୩୮୩ ଏକର ଗୋଚର ଜମି ଉପଲବ୍ଧ ଥିବାବେଳେ ୨୨,୩୨,୧୬୪ ଏକର ଅନାବାଦୀ ଜମି ମହଜୁଦ ରହିଛି । ସେହିଭଳି ରାଜ୍ୟରେ ୬,୭୫,୮୦୫ ଏକର ଚାରଣ ଭୂମି ମହଜୁଦ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking