25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଶୁକ୍ରବାର ୨୫ରୁ ଅଧିକ ବିମାନକୁ ବୋମା ଧମକ: ରିପୋର୍ଟ

ଶୁକ୍ରବାର ୨୫ରୁ ଅଧିକ ବିମାନକୁ ବୋମା ଧମକ: ରିପୋର୍ଟ

ନୂଆଦିଲ୍ଲୀ:ଭାରତୀୟ ବିମାନ, ଟ୍ରେନ୍‌, ଏବଂ ସ୍କୁଲଗୁଡ଼ିକୁ ମିଛ ବୋମା ଧମକ ମିଳିବା ପ୍ରକ୍ରିୟା ବନ୍ଦ ହେବାର ନାମ ଧରୁନାହିଁ। ସଦ୍ୟତମ ସୂଚନାନୁସାରେ ଶୁକ୍ରବାର ଦେଶର ବିଭିନ୍ନ ବିମାନ କମ୍ପାନୀଙ୍କ ୨୫ରୁ ଅଧିକ ବିମାନକୁ ଅପରାହ୍ନରେ ସୁଦ୍ଧା ବୋମା ଧମକ ମିଳିଛି। ପିଟିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିଷ୍ଟାରା ଏବଂ ସ୍ପାଇସ୍ ଜେଟ୍ ଭଳି ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କ ଉଡାଣ ଭରିବାକୁ ଥିବା ଏକାଧିକ ବିମାନ ପାଇଁ ଏହି ହୋକ୍ସ କଲ୍ ମିଳିଥିଲା, ଯେଉଁଥିରେ ବୋମା ଧମକ ଦିଆଯାଇଛି। ପ୍ରକାଶ, ଗତ ୨ ସପ୍ତାହ ମଧ୍ୟରେ ଭାରତୀୟ ବିମାନ କମ୍ପାନୀ ଦ୍ୱାରା ପରିଚାଳି ପ୍ରାୟ ୨୭୫ଟି ଭାରତୀୟ ବିମାନକୁ ବୋମା ଧମକ ମିଳିଛି। ଯଦିଓ ପରବର୍ତ୍ତୀ ସମୟରେ ଏସବୁ ମିଥ୍ୟା ଫୋନ୍ କଲ୍ ବୋଲି ଜାଣିବାକୁ ମିଳିଛି, କିନ୍ତୁ ଏପ୍ରକାର କଲ୍ ଦ୍ୱାରା ବିମାନ କମ୍ପାନୀଗୁଡ଼ିକୁ ମାତ୍ରାଧିକ କ୍ଷତି ସହିବାକୁ ପଡ଼ୁଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ହୋକ୍ସ କଲ୍ ପାଇଁ କଡାକଡ଼ି ଆଭିମୁଖ୍ୟ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଥିଲେ ମଧ୍ୟ ଏସବୁ ଥମିବାର ନାଁ ଧରୁନାହିଁ। ଇତି ମଧ୍ୟରେ କେନ୍ଦ୍ର ସରକାର ମେଟା ଏବଂ ଏକ୍ସ ଭଳି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଏପ୍ରକାର ଫେକ୍ ମେସେଜ୍ ବା ଫେକ୍ ଧମକ ଉପରେ ନିଜ ସ୍ତରରେ ଅଧିକ ଯାଞ୍ଚ୍ କରନ୍ତୁ ଏବଂ ତଥ୍ୟ ପ୍ରଦାନ କରନ୍ତୁ। ଏପ୍ରକାର କାର୍ଯ୍ୟକଳାପ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ପାଇଁ ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଏବେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking