ଅନୁଗୁଳ: ଅନୁଗୁଳରେ ବାହାଘର ଭୋଜି ଖାଇ ୨୫ରୁ ଅଧିକ ଗୁରୁତର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୦ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ଆଉ କିଛି ଲୋକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜରପଡା ଥାନା ତୁବେ ଗାଁରେ ବୁଧବାର ଦିନ ଏକ ବାହାଘର ଭୋଜି ଖାଇବା ପରେ ବହୁ ଲୋକ ଝାଡା, ବାନ୍ତି, ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଫୁଡ ପଏଜନିଂ ଯୋଗୁଁ ଏମାନେ ଆକ୍ରାନ୍ତ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି । ଫୁଡ ପଏଜନିଂ ର କାରଣ ଜାଣିବାକୁ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ ଭୋଜି ହୋଇଥିବା ସ୍ଥାନକୁ ଯାଇ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।










