27.1 C
Bhubaneswar
Sunday, March 29, 2026
Homeଓଡିଶାଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

ଫୁଲବାଣୀ: କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମର ଦେଖାଯାଇଥାଏ ବିଭିନ୍ନ ପ୍ରକାର ସମସ୍ୟା।

ଏଭଳି ସ୍ଥଳେ ଆଜି ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତ୍ୱର ହୋଇଛନ୍ତି। ଗୁରୁୂତ୍ୱରମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତେବେ ଦୁଇ ଦିନରେ ୩ ଜଣଙ୍କର ମୃତ ହୋଇଥିବା ସେମାନଙ୍କ ମଧ୍ୟରେ ଧୁଣା ଜାନୀ(୬୦) , କୁଡ଼ୁକୁଙ୍ଗା ଆଲୁମାଝୀ (୬୦) ଏବଂ ଟାପାରି ମାଝୀ (୩୨) ବୋଲି ଜଣାଯାଇଛି। ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀ ମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ନାହିଁ ନଥିବା ସମସ୍ୟା ଉପୁଜିଥିବାର ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking