25.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶସିରିଆରେ ଭୟଙ୍କର ହିଂସା, ମଲେଣି ୧୦୦୦ରୁ ଅଧିକ ଲୋକ

ସିରିଆରେ ଭୟଙ୍କର ହିଂସା, ମଲେଣି ୧୦୦୦ରୁ ଅଧିକ ଲୋକ

ଦମସ୍କସ : ସିରିଆରେ କ୍ଷମତାଚ୍ୟୁତ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ସମର୍ଥକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟଙ୍କର ସଂଘର୍ଷ ଓ ହିଂସା ଜାରି ରହିଛି। ଗତ ଦୁଇ ଦିନର ହିଂସାକାଣ୍ଡରେ ସିରିଆରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସିରିଆନ୍ ଅବ୍ଜର୍ଭେଟୋରି ଫର୍ ହ୍ୟୁମାନ ରାଇଟ୍ସ କହିଛି ଯେ ଏକ ରିପୋର୍ଟରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୧୪ ବର୍ଷ ତଳେ ସିରିଆରେ ସଂଘର୍ଷ ଆରମ୍ଭ ହେବା ପରେ ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି ସଂଗଠନ ବିଶ୍ୱାସ କରୁଛି। ରିପୋର୍ଟରେ ଦାବି କରାଯାଇଛି ଯେ ଗୁରୁବାର ଠାରୁ ଉପକୂଳସହର ସିରିଆରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଏହା ପରେ ହିଂସା ବ୍ୟାପିଥିଲା। ସିରିଆରେ ଘଟିଥିବା ହିଂସା ନୂଆ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସିରିଆନ୍ ଅବଜରଭେଟୋରି ଫର୍ ହ୍ୟୁମାନ ରାଇଟ୍ସ କହିଛି ଯେ ଦୁଇ ଦିନର ହିଂସାରେ ପ୍ରାଣ ହରାଇଥିବା ୧୦୦୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୭୪୫ ଜଣ ସାଧାରଣ ନାଗରିକ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking