30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶପିକଅପ ଭ୍ୟାନରୁ ୧୦୦ରୁ ଉର୍ଦ୍ଧ୍ୱ ବିସ୍ଫୋରକ ବକ୍ସ ଜବତ

ପିକଅପ ଭ୍ୟାନରୁ ୧୦୦ରୁ ଉର୍ଦ୍ଧ୍ୱ ବିସ୍ଫୋରକ ବକ୍ସ ଜବତ

ନୂଆଦିଲ୍ଲୀ: ପାଲକ୍କଡ ସହରରୁ ଏକ ପିକଅପ ଭ୍ୟାନରୁ ବିସ୍ଫୋରକ ଭର୍ତ୍ତି ୧୦୦ରୁ ଅଧିକ ବାକ୍ସ ଜବତ । ଏହି ଜବତ ସାମଗ୍ରୀ ସମ୍ପୁର୍ଣ୍ଣ ଗୁପ୍ତ ଭାବେ ପରିବହନ କରାଯାଉଥିଲା । ପୋଲିସର ସୂଚନା ଅନୁଯାୟୀ, ପାଲକ୍କଡ ମେଡିକାଲ କଲେଜ ନିକଟରେ ଗାଡିରୁ ୧୦୦ରୁ ଅଧିକ ଜିଲାଟିନ ଷ୍ଟିକ ଏବଂ ୨୦ରୁ ଅଧିକ ବାକ୍ସ ଡେଟୋନେଟର ଜବତ କରାଯାଇଛି । ପୋଲିସ ଗାଡି ଡ୍ରାଇଭରକୁ ଜବତ କରିଛି । ପୋଲିସ ଆହୁରି କହିଛନ୍ତି, ସେମାନେ ପୂର୍ବରୁ ରାଜ୍ୟକୁ ବିପୁଳ ପରିମାଣର ବିସ୍ଫୋରକ ଅଣାଯାଉଥିବା ସୂଚନା ପାଇଥିଲେ । ଏହା ପେର ଯାନବାହନ ଯାଞ୍ଚ ସମୟରେ ପିକଅପ ଭ୍ୟାନକୁ ଅଟକାଯାଇଥିଲା । ହେଲେ ଡ୍ରାଇଭର ଅଟକି ନଥିଲା । ପୋଲିସ ପିଚା କରି ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଡ୍ରାଇଭର ବିରୋଧରେ ବିସ୍ଫୋରକ ସାମଗ୍ରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କଳା ପଥର ଖଣି କାର୍ଯ୍ୟରେ ବ୍ୟବହାର ପାଇଁ ବିସ୍ଫୋରକ ଗୁଡିକୁ ଗୁପ୍ତ ଭାବରେ ପରିବହନ କରାଯାଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking