ନୂଆଦିଲ୍ଲୀ : ସିରୋହି ଜିଲ୍ଲାର ନାଗାଡିରେ ଅବସ୍ଥିତ ଆମଲାରି ଗ୍ରାମରେ ଏକା ସାଙ୍ଗରେ ୧୦ରୁ ୧୫ ମାଙ୍କଡଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକମାନେ ସାମାଜିକ କର୍ମୀଙ୍କ ସାହାଯ୍ୟରେ ୧୫ଟି ମାଙ୍କଡକୁ ପୋତି ଦେଇଥିଲେ । ପରେ ଆଉ କେଉଁ କେଉଁ ସ୍ଥାନରେ ମାଙ୍କଡ ମରିଛି ଲୋକେ ଖୋଜିବା ଆରମ୍ଭ କରିଥିଲେ । ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରେ ବନ ବିଭାଗ ଟିମ ସହ ପ୍ରାଣୀ ଚିକିତ୍ସକ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୋକମାନଙ୍କ କହିବା ଅନୁସାରେ କେତେକ ମାଙ୍କଡ ଅଚେତ ହୋଇଯାଇଥିଲେ । ଏବଂ ସେମାନଙ୍କ ମୁହଁରୁ ଫୋମ ବାହାରୁଥିଲା । ହେଲେ ପଞ୍ଚାୟତର ଜଣେ ବାସିନ୍ଦା କହିଛନ୍ତି କେହି ମାଙ୍କଡକୁ ବିଷ ଦେଇ ହତ୍ୟା କରିଛନ୍ତି ।