ଭୁବନେଶ୍ୱର: ନବୀନଙ୍କୁ ଘାରିଲାଣି କଟକ ଚିନ୍ତା । ନବୀନ ନିବାସରେ କଟକର ବିଜେଡି କର୍ପୋରେଟରଙ୍କ ମଳି । ୧୦ରୁ ଅଧିକ କର୍ପୋରେଟରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ କଟକ ଚୌଦ୍ୱାରରୁ ଆସିଛନ୍ତି ବିଜେଡି ନେତା କର୍ମୀ ।ହାତରେ ଫୁଲ ତୋରଡା ଧରି ସମର୍ଥକମାନେ ଭିଡ ଜମାଇଛନ୍ତି । ଗତ କିିଛି ଦିନ ହେବ କଟକ କର୍ପୋରେଟରଙ୍କୁ ନେଇ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଛି ।ଅନ୍ୟପଟେ ପୁଣିଥରେ ଦବଦବା ଦେଖିାଇଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ । ୧୨ ଜଣ କର୍ପୋରେଟରଙ୍କୁ ସାଙ୍ଗରେ ଧରି ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ପୁସ୍ତକ ମେଳା ଉଦଯାପନୀ ଉତ୍ସବ ବୁଲିଲେ । କିଛି ଦିନ ତଳେ ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ବିଶ୍ୱାଳଙ୍କ ଘରେ ରୂଦ୍ଧ ଦ୍ୱାର ବୈଠକରେ ଏହି କର୍ପୋରେଟର ମାନେ ଉପସ୍ଥିତ ଥିଲେ । ପରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ବାସଭବନରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଉପସ୍ଥିତିରେ ଚୌଦ୍ଵାର କଟକର ୯ କର୍ପୋରେଟର ଉପସ୍ଥିତ ରହି ମେଳି କରିଥିଲେ ।










