29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶଯୁଦ୍ଧ ପରେ ଜନ୍ମ ହେଉଛନ୍ତି ଅଧିକ ପୁଅ

ଯୁଦ୍ଧ ପରେ ଜନ୍ମ ହେଉଛନ୍ତି ଅଧିକ ପୁଅ

ନୂଆଦିଲ୍ଲୀ: ଯୁଦ୍ଧ ପରେ ଜନ୍ମ ନେଉଛନ୍ତି ଅଧିକ ପୁତ୍ର ସନ୍ତାନ । ଏହି ଧାରାକୁ ବୈଜ୍ଞାନିକମାନେ ‘ ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ ବା ଫେରନ୍ତା ସୈନିକଙ୍କ ପ୍ରଭାବ’ ବୋଲି କହିଛନ୍ତି । ଏହା ଏକ ରହସ୍ୟମୟୀ ଘଟଣା,ଯାହାକି ବୈଜ୍ଞାନିକ ଓ ସମାଜଶାସ୍ତ୍ରୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହି ଅନୁଧ୍ୟାନ ବର୍ଷେ କି ଦୁଇ ବର୍ଷର ନୁହେଁ, ବରଂ ୬୦-୭୦ ବର୍ଷର ଆକଳନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୪ ମସିହାରେ ଏହା ପ୍ରଥମ କରି ଜଣାପଡ଼ିଥିଲା । ଏହି ସମୟରେ ଆମେରିକାରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ । ସେବେଠାରୁ ଯେଉଁ ଦେଶ ଯୁଦ୍ଧର ସାମ୍ନା କରୁଛି, ସେଠାରେ ଅଧିକ ପୁଅ ଜନ୍ମ ହେଉଛନ୍ତି । ଏପରି କାହିଁକି ଏବଂ କିପରି ହେଉଛି, ସେ ବାବଦରେ ଏପର୍ଯ୍ୟନ୍ତ ଗ୍ରହଣୀୟ ତଥ୍ୟ ବୈଜ୍ଞାନିକମାନେ ଉପସ୍ଥାପନ କରିପାରିନାହାନ୍ତି । ତେବେ ରିପୋର୍ଟ ଅନୁସାରେ, ଲିଙ୍ଗ ଅନୁପାତରେ ସର୍ବଦା ପୁରୁଷଙ୍କ ଅନୁପାତ ଅଧିକ ଥାଏ ।ପ୍ରତି ବର୍ଷ ୧୦୫ ପୁଅରେ ୧୦୦ ଝିଅ ହାରରେ ଜନ୍ମ ନିଅନ୍ତି ।

କିନ୍ତୁ ଯୁଦ୍ଧ ପରେ ବର୍ଷ ଗୁଡିକରେ ଏହି ଅନୁମାନ ପ୍ରାୟ ୧୧୦ କିମ୍ବା ଏହାଠାରୁ ଅଧିକ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୨୦ରେ ସୈନିକମାନେ ରେକର୍ଡ ସଂଖ୍ୟକ ୧୧ ଲକ୍ଷ ପିଲା ଜନ୍ମ କରିଛନ୍ତି, ଯାହା ଶତାବ୍ଦୀର ସବୁଠୁ ଅଧିକ । ଏହା କେବଳ ବ୍ରିଟେନ କିମ୍ବା ୱେଲ୍ସରେ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ଏପରି ପରିବର୍ତ୍ତନ ହୋଇଛି । ଏହାପରେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ବର୍ଷରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଏହି ଘଟଣା କେବଳ ବିଂଶ ଶତାବ୍ଦୀର ନୁହେଁ, ୧୭୦୦ ଦଶକରେ ପାଷ୍ଟର ଜେପି ସୁସମିଲ୍ଚ ୧୭୦୦ ଦଶକ ପର୍ଯ୍ୟନ୍ତ ଏହି ଧାରାକୁ ଲକ୍ଷ୍ୟ କରିଥିବା କୁହାଯାଏ । ସେ ପ୍ୟାରିସ ରେଜିଷ୍ଟରରୁ ଜାଣିବାକୁ ପାଇଛନ୍ତି ଯେ, ଯୁଦ୍ଧ ସମୟରେ ଝିଅମାନଙ୍କ ତୁଳନାରେ ଅଧିକ ପୁଅ ଜନ୍ମ ହୁଅନ୍ତି । ସେ ଏହାକୁ ‘ଈଶ୍ୱରୀୟ ଶକ୍ତି’ ବୋଲି କହନ୍ତି । ଯୁଦ୍ଧରେ ସୈନିକମାନଙ୍କ ମୃତ୍ୟୁ ପରେ ଭଗବାନ ପୁଅ ଏବଂ ଝିଅ ଅନୁପାତକୁ ସମତୁଲ କରିବା ପାଇଁ ଏପରି କରୁଥିବା ସେ ବିଶ୍ୱାସ କରନ୍ତି । କିନ୍ତୁ ତାଙ୍କର ଏହି ଥିଓରୀ ଉପରେ କୌଣସି ବୈଜ୍ଞାନିକ ପରୀକ୍ଷଣ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking