18.1 C
Bhubaneswar
Sunday, February 8, 2026
Homeଓଡିଶାରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ସୁରେଶ ପୂଜାରୀ

ରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ସୁରେଶ ପୂଜାରୀ

ଭୁବନେଶ୍ୱର : ରାଜ୍ୟରେ ଅଧିକ ସଂଖ୍ୟକ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ ଗଠନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।  ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପ୍ରଶାସନକୁ ଲୋକଙ୍କ ଅଧିକ ନିକଟତର କରାଇବା ଉଦ୍ଦେଶ୍ୟରେ ବର୍ତ୍ତମାନର ବ୍ଲକଗୁଡ଼ିକର ପୁନର୍ଗଠନ କରି ନୂଆ ବ୍ଲକ ଗଠନ ପାଇଁ ସରକାର ଚିନ୍ତା କରୁଛନ୍ତି। ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହିଛି। ଏବେ ରାଜ୍ୟରେ ୩୧୪ଟି ବ୍ଲକ ଅଛି।

ଶେଷଥର ପାଇଁ ୧୯୮୪ ମସିହାରେ ରାଜ୍ୟ ସରକାର ୧୦ଟି ନୂଆ ବ୍ଲକ ଗଠନ କରିଥିଲେ। ୪୦ବର୍ଷ ମଧ୍ୟରେ ଜନସଂଖ୍ୟାରେ ବହୁ ପରିମାଣରେ ବଢ଼ିଥିଲେ ମଧ୍ୟ ବ୍ଲକ ସଂଖ୍ୟା ସମାନ ରହିଛି। ଲୋକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ପ୍ରଶାସନକୁ ସମସ୍ୟା ମଧ୍ୟ ହେଉଛି। ଅନେକ ସ୍ଥାନରେ ଲୋକଙ୍କୁ ବ୍ଲକ ଅଫିସ୍ ଯିବା ପାଇଁ ବହୁ ଦୂରତ୍ୱ ଅତିକ୍ରମ କରିବାକୁ ମଧ୍ୟ ପଡ଼ୁଛି। କୋରାପୁଟର ତେନ୍ତୁଳିଗୁମା ପଂଚାୟତର ଲୋକେ ପ୍ରାୟ ୭୫କିମି ବାଟ ଅତିକ୍ରମ କଲେ ତାଙ୍କ ବ୍ଲକ ବୈପାରିଗୁଡ଼ା ଆସୁଛନ୍ତି। ମନ୍ତ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ନୂଆ ବ୍ଲକ ଗଠନ କରିବା ଏକ ଜଟିଳ ପ୍ରକ୍ରିୟା। ଆଇନଗତ ଦିଗ ମଧ୍ୟ ରହିଛି। ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ସେ ନିଜେ ପଂଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ଦୁଇଥର ଆଲୋଚନା କରିସାରିଛନ୍ତି। ଆବଶ୍ୟକ ପଡ଼ିଲେ ଏଥିପାଇଁ ସରକାର ଏକ କମିଶନ ଗଠନ ମଧ୍ୟ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking