30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଶେୟାର ମାର୍କେଟ୍‌ରେ ଅଧିକ ଉତ୍ସାହ ଅର୍ଥ ଅଧିକ ଦାୟିତ୍ୱ: ସିଜେଆଇ

ଶେୟାର ମାର୍କେଟ୍‌ରେ ଅଧିକ ଉତ୍ସାହ ଅର୍ଥ ଅଧିକ ଦାୟିତ୍ୱ: ସିଜେଆଇ

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଭାରତୀୟ ଶେୟାର ବଜାରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଭାରତୀୟ ଶେୟାର ବଜାରରେ ବେଶ୍ ଭଲ କାରବାର ଏବଂ ଭଲ ଲାଭ ମିଳୁଥିବାରୁ ପୁଞ୍ଜିନିବେଶଙ୍କ ମଧ୍ୟରେ ଅଧିକରୁ ଅଧିକ ନିବେଶ ପାଇଁ ଏପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ବୁଧବାର କାରବାର ଶେଷସୁଦ୍ଧା ସୂଚକାଙ୍କ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିପରି ଅନ୍ୟତମ ସୂଚକାଙ୍କ ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି । ତେବେ ଏପ୍ରକାର ଉତ୍ସାହ ମଧ୍ୟରେ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାୟୀ ଚନ୍ଦ୍ରଚୂଡ଼ ଆଜି ବଜାର ନିୟାମକ ସେବି ଓ ସିକ୍ୟୁରିଟିଜ୍ ଏପିଲେଟ୍ ଟ୍ରିବ୍ୟୁନାଲ (ଏସ୍‌ଏଟି)କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଗୁରୁବାର ଏସ୍‌ଏଟିର ଏକ ନୂଆ ପରିସରକୁ ଉଦ୍‌ଘାଟନ କରିବା ପରିପ୍ରେକ୍ଷୀରେ ସିଜେଆଇ ଉଭୟ ସେବି ଏବଂ ଏସଏଟିକୁ ପରାମର୍ଶ ଦେବାକୁ ଯାଇ କହିଛନ୍ତି ଯେ, ଶେୟାର ବଜାରରେ ଅଧିକ କାରବାର ଅର୍ଥାତ୍ ଅଧିକ କାର୍ଯ୍ୟଭାରକୁ ସୁନିଶ୍ଚିତ କରୁଛି । ସେହିପରି ବଜାର ପରିଚାଳନା ତଥା ନିୟନ୍ତ୍ରଣ କ୍ଷେତ୍ରରେ ନୂତନ ନିୟମାବଳୀ ହେତୁ ଅଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଏସଏଟିର ନୂଆ ଟ୍ରିବ୍ୟୁନାଲ୍ ବେଞ୍ଚ ଖୋଲିବାକୁ ମଧ୍ୟ ବିଚାର କରିବା ଉପରେ ସେବିକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସିଜେଆଇ ଦେଶର ଅର୍ଥନୈତିକ ମେରୁଦଣ୍ଡ ବିବେଚିତ ହୋଇଆସୁଥିବା ଶେୟାର ବଜାରକୁ ସ୍ଥିର ଓ ସୁଦୃଢ଼ ରଖିବା ନେଇ ପ୍ରାଥମିକତା ଭିତ୍ତିରେ ସୁନିଶ୍ଚିତ କରାଯିବା ଉଚିତ୍ ବୋଲି କହିଛନ୍ତି । ଯେତେ ଅଧିକ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିବ, ସେବି ଏବଂ ଏସଏଟି ପାଇଁ ଦାୟିତ୍ୱ ସେତେ ବଢ଼ିବ । ପରୋକ୍ଷରେ ଏଦିଗରେ ଅଧିକ ସତର୍କତା ଅବଲମ୍ବନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ଏତଦ୍‌ବ୍ୟତୀତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ) ସୂଚକାଙ୍କ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିବାକୁ ଖବରକୁ ଉଲ୍ଲେଖ କରି ସିଜେଆଇ କହିଛନ୍ତି, ଯେଉଁଠାରେ ଭାରତ ଏକ “ଷ୍ଟ୍ରାଟୋସଫେରିକ୍ ଡୋମେନ୍‌” ପ୍ରବେଶ କରୁଛି, ଏପରି ସ୍ଥଳେ ନିୟାମକ କର୍ତ୍ତୃପକ୍ଷଙ୍କ ଆବଶ୍ୟକ ସତର୍କତା ଉପରେ ଗୁରୁତ୍ୱାରୋପର ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking