21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶ'ମୋନ୍ଥା' ବାତ୍ୟାରେ ପରିଣତ

‘ମୋନ୍ଥା’ ବାତ୍ୟାରେ ପରିଣତ

ଆନ୍ଧ୍ରପ୍ରଦେଶ: ଦୁର୍ବଳ ହୋଇ ବାତ୍ୟାରେ ପରିଣତ ମୋନ୍ଥା । ଭୀଷଣ ବାତ୍ୟାରୁ ମୋନ୍ଥା ବାତ୍ୟାରେ ପରିଣତ ହୋଇଛି ।ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ବାତ୍ୟା ମୋନ୍ଥା। ଉତ୍ତର- ପଶ୍ଚିମ ଦିଗରେ ଗତି କରି ବାତ୍ୟାରେ ପରିଣତ ହୋଇଛି। ଘଣ୍ଟାକୁ ୧୦ କିମି ବେଗରେ ଗତି କରିଛି ମୋନ୍ଥା। ପ୍ରଥମେ କାକିନାଡା ପରେ ଅମଲାପୁରମ ଶେଷରେ ଅମଲାପୁରମଠାରୁ ୪୫ କିମି ଦୂରନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଗଲା ମୋନ୍ଥା ।ମୋନ୍ଥା ପ୍ରଭାବରେ  ଆନ୍ଧ୍ରପ୍ରଦେଶରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସିନା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡିଯିବାରୁ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking