ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ନର୍ସାପୁରମରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମୋନ୍ଥା । ଅମଲାପୁରମ ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାତି ୧୧.୩୦ରୁ ୧୨.୩୦ ଭିତରେ ଳ୍ୟାଣ୍ଡଫଲ୍ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିଥିଲା । ପ୍ରଥମେ କାକିନାଡା ପରେ ଅମଲାପୁରମ ଶେଷରେ ଅମଲାପୁରମଠାରୁ ୪୫ କିମି ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଗଲା ମୋନ୍ଥା । ମୋନ୍ଥା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସିନା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡିଯିବାରୁ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।










