14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆଜିଠାରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସୂଚାରୁରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଗତକାଲି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିଭିନ୍ନ ସହ ଦଳର ନେତା ଉପସ୍ଥିତ ଥିଲେ ।ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ‘ଅପରେସନ ସିନ୍ଦୂର’ ପରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ । ବିରୋଧୀ ଦଳଗୁଡ଼ିକ, ବିଶେଷକରି କଂଗ୍ରେସ ଓ ଇଣ୍ଡିଆ ଗଠବନ୍ଧନ ଏହି ଅଧିବେଶନରେ ଅପରେସନ ସିନ୍ଦୂର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ମଧ୍ୟସ୍ଥତା ଦାବି ଉପରେ ସରକାରଙ୍କୁ ପ୍ରଶ୍ନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅଧିବେଶନରେ ମୋଟ୍ ୨୧ଟି ବୈଠକ କାର୍ଯ୍ୟ ଦିବସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking