28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମଙ୍କି ପକ୍ସ : ହସ୍ପିଟାଲ ଓ ଏୟାରପୋର୍ଟକୁ ଆଲର୍ଟ ଜାରି

ମଙ୍କି ପକ୍ସ : ହସ୍ପିଟାଲ ଓ ଏୟାରପୋର୍ଟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ : ଭାରତକୁ ଡରାଇବା ଆରମ୍ଭ କରିଛି ମଙ୍କି ପକ୍ସ ଭାଇରସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ଏମପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀର ତିନିଟି ଡାକ୍ତରଖାନାକୁ ନୋଡାଲ ହସ୍ପିଟାଲ ଭାବେ ଚିହ୍ନଟ କରାଯାଇଛି। ଏହି ଡାକ୍ତରଖାନା ଗୁଡିକ ହେଲା ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆ ହସ୍ପିଟାଲ। ସେହିପରି ବିମାନବନ୍ଦରଗୁଡିକରେ ସନ୍ଦିଗ୍ଧଙ୍କ ଆରଟି-ପିସିଆର ଓ ସ୍ବାବ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହିତ ବିମାନବନ୍ଦରଗୁଡିକୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଏମପକ୍ସ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି। ଭାରତରେ ଏବେ ସୁଦ୍ଧା କୌଣସି ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking