ଭୁବନେଶ୍ୱର : ପୁଣିଥରେ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନାର କ୍ଷମତା । ଏବଂ ବିଭିନ୍ନ ମଠର ମହନ୍ତ ମାନଙକ୍ ସହିତ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମଠ ସଂସ୍କୃତି ବଞ୍ଚାଇ ରଖିବା ଏବଂ ସମ୍ମାନ ଦେବା ଆମ ଓଡିଆ ଜାତିର ପରମ୍ପରା ଏବଂ ତେଣୁ ମଠର ଅଧିକାର ଏବଂ ନୀତି ନିୟମ ଯେମିତି ଥିଲା ସେମିତି ରହିବ । ୩୦ ବର୍ଷ ହେବ ମଠ ବିଜୟସ୍ଥଳୀ ପରିଚାଳନା କମିଟି ନାଁରେ ହୋଇଯାଇଛି କିନ୍ତୁ ମଠ ପାଇଁ ଦେବତର ଆଇନ ମନ୍ଦିର ପାଇଁ ଅଲଗା ଆଇନ ରହିଛି । ତେଣୁ ଶୀଘ୍ର ମଠ ପରିଚାଳନା କ୍ଷମତା ମଠକୁ ହରାଇବାକୁ ଦାବି କରିଛନ୍ତି ମହନ୍ତମାନେ । ଆଜିର ଏହି ବୈଠକରେ ଦେବତର କମିଶନର ଆଇନ ସଚିବ ଉପସ୍ଥିତ ଥିଲେ ।