27.1 C
Bhubaneswar
Thursday, December 11, 2025
Homeଓଡିଶାମୋକିମଙ୍କ ଚିଠି, ମନ୍ତବ୍ୟ: ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା

ମୋକିମଙ୍କ ଚିଠି, ମନ୍ତବ୍ୟ: ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା

ଭୁବନେଶ୍ୱର: ମୋକିମଙ୍କ ଚିଠି, ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏବଂ ଜେୟଦେବ ଜେନା, ଅନନ୍ତ ସେଠୀ । ପ୍ରତିକ୍ରିୟା ରଖି ସୁର କହିଛନ୍ତି, ମୋକିମ ଏପରି କରି ଝିଅର କ୍ୟାରିୟରକୁ ନଷ୍ଟ କରୁଛନ୍ତି । ସେ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ । ଯଦି ଚିଠି ଲେଖିଲେ ତାହା ପଦାକୁ ଆସିଲେ କାହିଁକି ବୋଲି ପ୍ରଶ୍ନ ପଚାରିଲେ । ହାଇକମାଣ୍ଡକୁ ଜଣାନ୍ତୁ, ମାତ୍ର ମିଡିଆକୁ ଆସିବା ଠିକ ହେଲାନି କହିଲେ ଅନନ୍ତ । ମୁଁ ମୋକିିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି । ଜୟଦେବା ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହେଁ କହିଲେ । ଖଡଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ ହେଲାନି ଭାବୁଛି । ରାହୁଲହ୍‌କୁ ଦେଖା କରିପାରିଲେନି କହି ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ରଖିଛନ୍ତି । ରାହୁଲ ସାରା ଦେଶ କଥା ବୁଝୁଛନ୍ତି, ମୁଁ ଲେଖିଥିବା ଚିଠିର ଉତ୍ତର ପାଇଛି । ତେଣୁ ଏହାକୁ ଏକ ଇସ୍ୟୁ କରିବା ବେକାର କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking