22.1 C
Bhubaneswar
Sunday, December 14, 2025
Homeଓଡିଶାମୋକିମ୍‌ଙ୍କ ଚିଠି: ମୁହଁ ଖୋଲିଲେ ଭକ୍ତ

ମୋକିମ୍‌ଙ୍କ ଚିଠି: ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗ । ନୂଆଦିଲ୍ଲୀରେ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ ଦାୟ କହିଛନ୍ତି ଯେ ଯେଉଁମାନେ ବିଜେପି ସମ୍ପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ କଡଗେ ଦଳକୁ ଆଗକୁ ନେଉଛନ୍ତି । କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ସୋନିଆଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟକ ମହମ୍ମଗ ମୋକିମ୍ । ରାହୁଲ ଓ ଖଡଗେଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମୋକିମ୍ । ଗତ ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଥିଲେ ମହମ୍ମଦ ମୋକିମ୍ । ଚିଠି ଲେଖି ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ସେ ଚିଠିରେ ଲେଖିଥିଲେ ଯେ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା । ଜୟ ପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ । ନୂଆପଡା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍‌ରେ ହାରିଛି । ନୂଆପଡା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶଜନକ । ନିଜ ସଂସଦୀୟ କ୍ଷେତ୍ର ବିଶ୍ୱାସ କରୁନି, କର୍ମୀ ବିଶ୍ୱାସ ନକରିବା ସ୍ୱଭାବିକ । ସେ ଓଡିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking