ଭୁବନେଶ୍ୱର: କଂଗ୍ରେସରୁ ମୋକିମଙ୍କୁ ବହିଷ୍କାରକୁ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏବାବଦରେ ଅଧିକ କହିବିନି । କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବଚାର କରିବା ଉଚିତ । କଟକର ସେ ଜଣେ ମଜଭୁତ ନେତା ଥିଲେ। କଟକରେ ପ୍ରଭାବ ପଡିବ । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଏହାରି ଭିତରେ ମୋକିମ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତି ଜାରି ରଖିବି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ । ଏଥିରେ ବିରାମ ନାହିଁ । ସମର୍ଥକ, ଶୁଭେଛୁଙ୍କ ସହ ଆଲୋଚନା ପରେ ରବର୍ତ୍ତୀ ପଦକ୍ଷେପ ନେବି । ଶେଷ ନିଶ୍ୱାସ ଯାଏଁ କଟକ ଓ ଓଡିଶାବାସୀଙ୍କ ପାଇଁ କାମ କରିବି । ଅନ୍ୟପଟେ ଚିଠିକୁ ନେଇ ମୋକିମ କହିଛନ୍ତି ଯାହା କହିଛି ସେଥିରେ କୌଣସି ଅନୁଶୋଚନା ନାହିଁ ।










