ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୁ ଜୟନ୍ତୀରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଲେ । ମାର୍ଚ୍ଚ ୫ ତାରିଖ ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ କାଯ୍ୟକ୍ରମ ହେବ । କାଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଠିରେ ଉଲ୍ଲେଖ କରିଛନ୍ତି ଆସନ୍ତା କାଲି ବିଜୁ ଜୟନ୍ତୀ ପାଳନ କରାଯିବ ଏଣୁ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ସାମିଲ ହୁଅନ୍ତୁ । ଅନ୍ୟପଟେ ପଞ୍ଚାୟତି ରାଜ ଦିବସ ପାଳନକୁ ନେଇ ସରକାର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି , ଯେ ମାର୍ଚ୍ଚ ୫ରେ ଆଉ ପଞ୍ଚାୟତିରାଜ ଦିବସ ପାଳଳନ ହେବନି , ଏପ୍ରିଲ ୨୪ ତାରିଖରେ ଜାତୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯିବ ।










