27.1 C
Bhubaneswar
Saturday, December 6, 2025
Homeଓଡିଶାମୋହନ ସରକାରଙ୍କ ରିପୋର୍ଟ କାର୍ଡ

ମୋହନ ସରକାରଙ୍କ ରିପୋର୍ଟ କାର୍ଡ

ଭୁବନେଶ୍ୱର: ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି । ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ନୂଆ ଉପଲବ୍ଧି ନେଇ  ମୁଖ୍ୟମନ୍ତ୍ରୀ ପ୍ରେସମିଟ କରିଛନ୍ତି ।  ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କାଲି ମୋଦି ସରକାରଙ୍କ ୧୧ ବର୍ଷ , ୩ୟ ପାଳିରେ ପ୍ରଥମ ବର୍ଷ ପୂରିଛି ।  ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।  ଏହା ଭାରତ ଇତିହାସରେ ସ୍ୱଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।  ମୋଦି ସରକାର ୧୧ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହା ବାରତରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସମ୍ଭବ ହୋଇଛି ।  ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ- କଶ୍ମୀରକୁ ଭାରତ  ସହ ପୂଣ୍ଣ ଭାବେ ଯୋଡିଛନ୍ତି ।  ଟ୍ରିପଲ ତଲାକ, ଏକକ  ଜିଏସଟି, ଏନଇପି, ଜନଧନ ଯୋଜନାର ସୁଫଳ ମିଳିଛି ।

ଆହୁରି କହିଛନ୍ତି, ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ ।  ଯାହା  ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା , ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାଯ୍ୟ କରି ଚାଲିଛୁ ।  ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି ।  ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ସ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ ।  ଧାନ କ୍ୱିଣ୍ଟାଲ ପିଛା ୮ ଶହ  ଟଙ୍କା ବୋନଓ ପ୍ରତିଶ୍ରୁତି ଦେଇ ପୂରଣ କଲୁ ।  ଏହା ଭିତରେ ଆମେ ପାଖାପାଖି ୧ ୭ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ ।  ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ କରିଛୁ ।  ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ କରିନଥିଲେ ।  ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି ।  ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ ।  ୫ଟି ଜରିଆରେ ସ୍କୁଲରେ ରଙ୍ଗମାରି ରୂପନ୍ତରୀକରଣ ଭ୍ରମ ସୃଷ୍ଟି କରାଯାଇଥିଲା ।  ମାତ୍ର ଆମ ସରକାର ଫିଡର ସ୍କୁଲ ବିନା ଏହା ସମ୍ଭବ ନୁହେଁ ବୁଝିଲୁ ।  ଶିଶୁ ବାଟିକା ଶୁଭାରମ୍ଭ ହୋଇଛି, ଆଗକୁ ଆଦର୍ଶ ବିଦ୍ୟାଳୟ ତିଆରି ହେବ । ନୂତନ ଶିକ୍ଷା ନୀତି ଲାଗୁ କରିବା ସହିତ ବୈପ୍ଳବିକ ପରିବର୍ତ୍ତନ ହେବ ।  ପିଲାଙ୍କୁ ସରକାରୀ ସ୍କୁଲକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବୁ ।

ସୁଶାସନ ଦେବା, ଦୁର୍ନୀତି ବିରୋଧରେ ଲଢେଇ ଆରମ୍ଭ ହୋଇଛି । ସରକାରୀ କାଯ୍ୟକ୍ରମକୁ ଦୁର୍ନୀତିମୁକ୍ତ କରିବାକୁ  ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ  ଭେଟିବା ପାଇଁ ପ୍ରତିବନ୍ଧକ ଦୂର ହୋଇଛି ।  ମୁଁ ନିଜେ ୩୦ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟିଛି । ଭୁବନେଶ୍ୱର ବାହାରକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛୁ ।  ତେଣୁ ୨୪  ବର୍ଷ  ଦରକାର ନାହିଁ, ୨୪ ମିନିଟରେ କରି ଦେଖାଇଛୁ ।  ଇଚ୍ଛାଶକ୍ତି ଥିଲେ କେହି ଆମକୁ ରୋକି ପାରିବେ ନାହିଁ ।  ବିଶେଶକରି ୪ଟି ବର୍ଗର ଉନ୍ନତି ପାଇଁ ନିରନ୍ତର କାଯ୍ୟ ଚାଲିଛି ।  ଗରିବ, ଅନ୍ନଦାତା, ଯୁବକ ଓ ମହିଳାଙ୍କନ୍ନ୍‌ତି ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୨୬ ଶେଷ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପାଇପ ଜଳ ଯୋଗାଇ ଦେବୁ । ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ  ଘର ଦେବାକୁ ପ୍ରତିଶ୍ରୁତି ଦେଇଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking