22.1 C
Bhubaneswar
Monday, December 15, 2025
Homeଓଡିଶା‘ଆମ ଓଡିଶା, ନବୀନ ଓଡ଼ିଶା’ କାମକୁ ଆଗେଇ ନେବେ ମୋହନ ସରକାର: ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

‘ଆମ ଓଡିଶା, ନବୀନ ଓଡ଼ିଶା’ କାମକୁ ଆଗେଇ ନେବେ ମୋହନ ସରକାର: ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର : ଗତ ସରକାରଙ୍କ ‘ଆମ ଓଡିଶା, ନବୀନ ଓଡ଼ିଶା’ କାମ ଆଗେଇ ନିଆଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା’ରେ ୩ ହଜାର ୪୫୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୦ରୁ ୪୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି, ଯାହାର ପେମେଣ୍ଟ ବି ହୋଇଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ରେ ବିଜେଡି କର୍ମକର୍ତ୍ତା ଯାହା କହୁଥିଲେ ତାହା ହେଉଥିଲା। ବିଜେଡ଼ି ସରକାର ପଲ୍ଲୀ ସଭା କରୁ ନ ଥିଲା । କିନ୍ତୁ ଆମ ସରକାର ତାହା କରିବନି। ଗ୍ରାମ ସଭା ଓ ପଲ୍ଲୀ ସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ସେ ଯାହା କହିବେ ତାହା ହେବ ବୋଲି।
ସେହିଭଳି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ଯେ ‘ଆମ ଓଡିଶା ନବୀନ ଓଡିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ସେ ବାବଦରେ ଆମେ ତର୍ଜମା କରୁଛୁ। କାମ କରିଥିବା ସଂସ୍ଥାକୁ ଟଙ୍କା ନିଶ୍ଚିତ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଗୃହରେ କହିଥିଲେ ଯେ, ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ଥିଲେ । ସେ ସର୍ବେସର୍ବା ଥିଲେ, ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା। ପଲ୍ଲୀସଭା ଓ ଗ୍ରାମସଭାକୁ ସମ୍ପୂର୍ଣ ଠପ୍ କରି ଦିଆ ଯାଇଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶା ମଧ୍ୟରେ ତାଙ୍କ କର୍ମକର୍ତ୍ତା ଯାହା କହିଲେ ତାହା ହେଲା । କଣ ଗାଁର ବିକାଶର ତଥ୍ୟ କର୍ମକର୍ତ୍ତା ଜାଣିପାରନ୍ତି କି ? ନା ଗ୍ରାମ ଓ ପଲ୍ଲୀସଭା ଜଣେ। କିନ୍ତୁ ଆମ ସରକାର ତାହା କରିବ ନି। ଗ୍ରାମ ଓ ପଲ୍ଲୀସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ସେ ଯାହା କହିବେ ତାହା ହେବ ବୋଲି ଗୃହକୁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ରବି ନାୟକ।
ମନ୍ତ୍ରୀ ରବି ନାଏକ କହିଛନ୍ତି, ଗତ ସରକାର ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେବା ଲାଗି କୁହାଗଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ କ୍ଷମତାକୁ କାଢି ନେଲେ । ଆଦିବାସୀ ଅଞ୍ଚଳରେ ସରପଞ୍ଚ ମାନଙ୍କୁ ୨୨ ଟି କ୍ଷମତା ଦିଆଯିବ । ଆମ ସରକାର ଖୁବଶୀଘ୍ର ପେସା ଆଇନ ଆଣିବାକୁ ଯାଉଛନ୍ତି । ଆଗକୁ ପଞ୍ଚୟତକୁ ସମ୍ପୂର୍ଣ୍ଣ ପାୱାର ଦିଆଯିବ । ବିଗତ ସରକାରରେ ସରପଞ୍ଚ ମାନଙ୍କୁ କଲେକ୍ଟର ବୋଲି ଆଖ୍ୟା ଦେଇଥିଲେ। ହେଲେ ବିଗତ ବର୍ଷରେ ସରପଞ୍ଚ ମାନଙ୍କର ପାୱାର କାଢି ନେଇଥିଲେ। ସରପଞ୍ଚ ମାନଙ୍କୁ 22 ଟି ବିଭାଗରେ କାର୍ଯ୍ୟ କରିବାକୁ ପାୱାର ଦିଆଯାଇଛି।
ବିଧାନସଭାରେ 5T କାମର ପୋଲ ଖୋଲିଲେ ପଞ୍ଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି, ” ମୋ ନିର୍ବାଚନ ମଣ୍ଡଳୀ ରେ 5-T ରେ ସ୍କୁଲ ଗୁଡିକରେ ଯେଉଁ କାମ ହୋଇଛି ତାହା କେବଳ ରଙ୍ଗ ମରା ହୋଇଛି ଏବଂ ପୁଟି ମରାଯାଇଛି । ବର୍ତ୍ତମାନ ତାହା ଝଡ଼ି ଯାଉଛି । ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଉତ୍ତର ରଖିବା ବେଳେ ଏଭଳି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking