23.1 C
Bhubaneswar
Tuesday, February 3, 2026
Homeଓଡିଶାସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେବାରେ ମୋହନ ସରକାର ଉଦାସୀନ: ରଞ୍ଜିତ ପାତ୍ର

ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେବାରେ ମୋହନ ସରକାର ଉଦାସୀନ: ରଞ୍ଜିତ ପାତ୍ର

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ ଉପରେ ଅଣାୟତ ଅତ୍ୟାଚାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ କରାଯାଇଥିଲା । ପ୍ରଦେଶ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡେ ଅଗ୍ରସର ହେଉଥିବାବେଳେ ବାରିକେଡ୍ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ପୁଲିସ୍ ଓ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଘଟଣାସ୍ଥଳରୁ  ସେମାନଙ୍କୁ ପୁଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ୁଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଦକ ବସିଛନ୍ତି । ନିକଟରେ ପରଜଙ୍ଗ ଠାରେ ପାଦ୍ରୀ ବିପିନ ନାୟକଙ୍କୁ ବଜରଙ୍ଗ ଦଳ ଓ ଆରଏସ୍ଏସ୍ର ସଭ୍ୟମାନେ ଯେଭଳି ଅମାନୁଷିକ ଅତ୍ୟାଚାର କଲେ ଏହା ଅକ୍ଷମଣୀୟ । ସେମାନେ ପାଦ୍ରୀଙ୍କୁ ନିର୍ମମ ଭାବେ ମାଡ ମାରିବ ସହ ତାଙ୍କ ବେକରେ ଏକ ଜୋତାମାଳ ପିନ୍ଧାଇଥିଲେ । ତାଙ୍କୁ ଜବରଦସ୍ତ ଗୋବର ଓ ମଇଳା ପାଣି ପିଆଯିବା ସହ ବାଡେଇ ବାଡେଇ ଗାଁ ରାସ୍ତାରେ ବୁଲାଯାଇଥିଲା । ସେହିଭଳି ବାଲେଶ୍ୱରରେ ମହମ୍ମଦ ମକନ୍ଦର ନାମକ ଜଣେ ଗରୀବ ମୁସଲିମ୍ ଯୁବକଙ୍କୁ ଜୟଶ୍ରୀରାମ କହିବାକୁ ବାଧ୍ୟ କରାଗଲା । ସେ ମଧ୍ୟ ଜୟ ଶ୍ରୀରାମ କହିଲା । ମାତ୍ର ଏହି ନିଷ୍ଠୁର କଥାକଥିତ ନକଲି ହିନ୍ଦୁମାନେ ମକନ୍ଦରଙ୍କୁ ବାଡେଇ ବାଡେଇ ହତ୍ୟା କରିଦେଇଥିଲେ । ସେହିଭଳି ପଶ୍ଚିମବଙ୍ଗରୁ ଆସିି ଗାଁ ଗାଁରେ ସାଇକେଲ ଧରି ଫେରି ବେପାର କରୁଥିବା ଗରୀବ ଲୋକଙ୍କୁ ବାଙ୍ଗଲାଦେଶ କହି ନିର୍ମମ ଅତ୍ୟାଚାର କରାଯାଉଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅସମର୍ଥ ନା ବିଜେପି ପକ୍ଷରୁ ଏପରି କରାଯିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି? ଯଦି ମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତେବେ ଇସ୍ତଫା ଦିଅନ୍ତୁ । ନକଲି ହିନ୍ଦୁମାନେ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଂପୂର୍ଣ୍ଣ ବିଗାଡିବାକୁ ବସିଲେଣି । ମାତ୍ର ପ୍ରଶାସନ କଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯୁବ କଂଗ୍ରେସ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷା ଦାବି କରୁଛି । ଯଦି ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆନେ୍ଦାଳନ ତୀବ୍ରତର ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।  ଆଜିର ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ମହମ୍ମଦ ଇମ୍ଦାଦ୍, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ମହମ୍ମଦ ଗୁଲଫାମ୍, କିରଣ ସାହୁ, ଅଜୟ ସାହୁ, ଜାଭେଦ ଅକ୍ତାର,ଅମ୍ରେଶ ପରିଡା, ବଟକୃଷ୍ଣ ରାଉତରାୟ, କେଦାର ଦଳେଇ, ଆଲୋକ ଦାସ, ବଳରାମ ନନ୍ଦ, ବିରଞ୍ଚô ବାରିକ, ସାଇରଞ୍ଜନ ପଟ୍ଟନାୟକ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking