31.1 C
Bhubaneswar
Wednesday, February 11, 2026
Homeଓଡିଶାମହଙ୍ଗା ଭତ୍ତା ବଢାଇଲେ ମୋହନ ସରକାର

ମହଙ୍ଗା ଭତ୍ତା ବଢାଇଲେ ମୋହନ ସରକାର

ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁଆରି ମାସ ଠାରୁ ଲାଗୁ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ପ୍ରାୟ ୪ ମାସ ପୂର୍ତ୍ତି ଅବସରରେ ମୋହନ ମାଝୀ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର‌ ଦେଇଛନ୍ତି। ଏହା ଦ୍ବାରା ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking