17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶମୋଦିଙ୍କ ରୁଷିଆ ଗସ୍ତ ବାତିଲ !

ମୋଦିଙ୍କ ରୁଷିଆ ଗସ୍ତ ବାତିଲ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୯ତାରିଖରେ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ସମାରୋହରେ ଯୋଗ ଦେବେ ନାହିଁ। ଏନେଇ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ୍ ୟୁନିଅନର ବିଜୟର ୮୦ତମ ବାର୍ଷିକୀ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ବିଶ୍ୱ ନେତା ଯୋଗଦେବେ ବୋଲି ଆଶା କରାଯାଉଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ମାସର ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ତଥାପି, ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତର ଅଂଶଗ୍ରହଣ ଉପଯୁକ୍ତ ସମୟରେ ନିଶ୍ଚିତ କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking