31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଟ୍ରମ୍ପଙ୍କୁ ମୋଦିଙ୍କ କଡା ଜବାବ

ଟ୍ରମ୍ପଙ୍କୁ ମୋଦିଙ୍କ କଡା ଜବାବ

ନୂଆଦିଲ୍ଲୀ: ଦିଲ୍ଲୀରେ ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି ।  ଟ୍ରମ୍ପଙ୍କ ଟାରିଫ ଧମକ ଭିତରେ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥ ଭାରତ ପାଇଁ ଆମର ସର୍ବୋଚ୍ଚ ପ୍ରାଥମିକତା । ଚାଷୀଙ୍କ ସ୍ୱାର୍ଥ ପାଇଁ କୌଣସି ବୁଝାମଣା ହେବନାହିଁ । କୃଷକ, ମତ୍ସଜୀବୀ, ଗୋପାଳକଙ୍କ ହିତ ସବୁଠୁ ପ୍ରାଥମିକତା । ଭାରତ କେବେବି ଏହାର କୃଷକଙ୍କ ସ୍ୱାର୍ଥ ବିରୁଦ୍ଧରେ ସାଲିସ କରିବ ନାହିଁ। ଆହୁରି କହିଛନ୍ତି ଯେ ମୁଁ ଜାଣେ ଯେ ମୋତେ ବ୍ୟକ୍ତିଗତ ଭାବରେ ଏକ ବଡ଼ ମୂଲ୍ୟ ଦେବାକୁ ପଡିବ କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ।  ଆମେ କୃଷକଙ୍କ ଆୟ ବୃଦ୍ଧି, ଚାଷ ଉପରେ ଖର୍ଚ୍ଚ ହ୍ରାସ ଏବଂ ଆୟର ନୂତନ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟ ଉପରେ ନିରନ୍ତର କାର୍ଯ୍ୟ କରୁଛୁ। ଆମ ସରକାର କୃଷକଙ୍କ ଶକ୍ତିକୁ ଦେଶର ପ୍ରଗତି ପାଇଁ ଆଧାର ଭାବରେ ବିବେଚନା କରିଛି। ତେଣୁ, ବିଗତ ବର୍ଷଗୁଡ଼ିକରେ ପ୍ରଣୀତ ନୀତିଗୁଡ଼ିକ କେବଳ ସାହାଯ୍ୟ ପାଇଁ ନୁହେଁ, ବରଂ କୃଷକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏକ ପ୍ରୟାସ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking