17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶତିନି ସେନାଙ୍କ ସହ ମୋଦୀଙ୍କ ବଡ ବୈଠକ

ତିନି ସେନାଙ୍କ ସହ ମୋଦୀଙ୍କ ବଡ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ । ଅସ୍ତ୍ରବିରତି ପରେ ତିନି ସେନାମୁଖ୍ୟଙ୍କ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ସିଡିଏସ୍‌ ଅନୀଲ ଚୌହ୍ୱାନ ବି ଉପସ୍ଥିତ ରହିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ଏହି ବୈଠକରେ ଯୋଗ ଦେଇଛନ୍ତି । ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପରେ ସୀମାରେ ଏବେ ଶାନ୍ତି । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଛି । ଯୁଦ୍ଧରେ ବିରାମ ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅପରାହଣ୍ ୩ଟା ୪୫ରେ କଥାବାର୍ତ୍ତା ଆରମ୍ଭ କରିଥିଲେ ପାକିସ୍ତାନୀ ଡିଜିଏମଓ । ଏହାପରେ କାଲି ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ହୋଇଥିଲା । ହେଲେ ଏହାର ଠିକ ୩ ଘଣ୍ଟା ପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଚୁକ୍ତି ଭିତରେ ବି ଜାରି ରହିବ କଟକଣା ।

ସିନ୍ଧୁ ଜଳ ବୁଝାମଣା ନିଲମ୍ବିତ ରହିବ । ବ୍ୟବସାୟିକ ସମ୍ପର୍କ ବି ବନ୍ଦ ରହିବ । ରାଜନୈତିକ ସ୍ତରରେ ଯଥାସ୍ଥିତି ଜାରି ରହିବ । ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବ ନାହିଁ । ପାକିସ୍ତାନ ଉପରେ ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ । କୌଣସି ବି ମାଲବାହୀ ଜାହାଜ ବନ୍ଦର ଦେଇ ଯାଇପାରିବ ନାହିଁ । ଗତ ଏପ୍ରିଲ ୨୨ରେ ପହଲଗାମ୍‌ରେ ହୋଇଥିଲା ଆତଙ୍କୀ ହମଲା । ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଧର୍ମ ପଚାରି ପଚାରି ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା । ଟିଆରଏଫର ୪ଜଣ ଆତଙ୍କୀ ମିଶି ଖେଳିଥିଲେ ରକ୍ତର ହୋଲି । ହାସିମ୍ ମୁସା ଓ ୩ଜଣ ସହଯୋଗୀ ମିଶି କରିଥିଲେ ଏହି ହମଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଶାଖା ହେଉଛି ଟିଆରଏଫ୍ । ପହଲଗାମର ଏହି ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆତଙ୍କବାଦ ବିରୋଧରେ ସାରା ଦେଶରୁ ଉଠିଥିଲା ପ୍ରତିବାଦର ସ୍ୱର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking