31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଗୁୟାନା ସଂସଦରେ ମୋଦୀଙ୍କ ସମ୍ବୋଧନ; ଦ୍ୱନ୍ଦ୍ୱ ସୃଷ୍ଟିକାରୀଙ୍କୁ ଚିହ୍ନଟ କରାଯାଉ

ଗୁୟାନା ସଂସଦରେ ମୋଦୀଙ୍କ ସମ୍ବୋଧନ; ଦ୍ୱନ୍ଦ୍ୱ ସୃଷ୍ଟିକାରୀଙ୍କୁ ଚିହ୍ନଟ କରାଯାଉ

ଜର୍ଜଟାଉନ: ଗୁରୁବାର ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ମୋଦୀ ନିଜ ସମ୍ବୋଧନରେ ସାମ୍ପ୍ରତିକ ବିଶ୍ୱସ୍ତରୀୟ ଉତ୍ତେଜନା, ଯୁଦ୍ଧ, ବିବାଦ ଆଦି ପ୍ରସଙ୍ଗକୁ ଉପସ୍ଥାପିତ କରିଛନ୍ତି। ମୋଦୀ କହିଛନ୍ତି, ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କୁ ଏକଜୁଟ୍ ହୋଇ ଆଗକୁ ବଢ଼ିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ। ସେହିପରି ବିଶ୍ୱ ପାଇଁ ମଧ୍ୟ ପୁରୁଣା ତିକ୍ତତାକୁ ଭୁଲି ଆଗକୁ ବଢ଼ିବା ନିତାନ୍ତ ଜରୁରି। ତେବେ ଏଥିପାଇଁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ‘ଗଣତନ୍ତ୍ର ପ୍ରଥମ-ମାନବିକତା ପ୍ରଥମ’। ମୋଦୀ ଆଜି ଏଠାରେ ପୁଣିଥରେ ନିଜ ପୁରୁଣା ମନ୍ତବ୍ୟକୁ ଦୋହରାଇବା ପୂର୍ବକ କହିଛନ୍ତି ଯେ, ‘ଏହା ଯୁଦ୍ଧର ଯୁଗ ନୁହେଁ, ଏହା ବିବାଦରେ, ଦ୍ୱିପାକ୍ଷିକ ତିକ୍ତତାରେ କିମ୍ବା ପ୍ରତିଶୋଧ ପରାୟଣତାରେ ଜଳିବାର ସମୟ ନୁହେଁ। ବରଂ ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଦେଶ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବାର ସମୟ।
ମୋଦୀ କହିଛନ୍ତି, ଆଜି ଆମକୁ ବିଶ୍ୱ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ପଡିବ। ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ ଚ୍ୟାଲେଞ୍ଜଗୁଡ଼ିକ ଭିନ୍ନ ଥିଲା, ଆଜି ଏକବିଂଶ ଶତାବ୍ଦୀରେ ଚ୍ୟାଲେଞ୍ଜଗୁଡ଼ିକ ଅଲଗା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମିତ ସିଷ୍ଟମ ଏବଂ ଅନୁଷ୍ଠାନଗୁଡ଼ିକ ଭୁଶୁଡି ପଡୁଛି। କରୋନା ପରେ, ବିଶ୍ୱ ଏକ ନୂତନ ବିଶ୍ୱ ଶୃଙ୍ଖଳା ଆଡ଼କୁ ଗତି କରିବା ଉଚିତ୍ ଥିଲା କିନ୍ତୁ ଆଜି ବିଶ୍ୱ ଅନ୍ୟ କେତେକ ପ୍ରସଙ୍ଗରେ ଅଟକି ରହିଛି। ଯଦି ଆମେ ପ୍ରଥମେ ମାନବିକତାର ଆତ୍ମାରେ କାର୍ଯ୍ୟ କରୁ, ତେବେ ଆମେ ମାନବିକତା ପାଇଁ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ରହିଥାଉ। ଆମେ ପ୍ରତ୍ୟେକ ଉତ୍‌ଥାନରେ ଗଣତନ୍ତ୍ରକୁ ମଜବୁତ କରୁଛୁ ଏବଂ ଗଣତନ୍ତ୍ର ଅପେକ୍ଷା ଭଲ ମାଧ୍ୟମ ନାହିଁ। ଗଣତନ୍ତ୍ର ପ୍ରତ୍ୟେକ ନାଗରିକର ଅଧିକାର ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ଏହି ଅବସରରେ ମୋଦୀ ଗୁୟାନା ଏବଂ ଭାରତ ମଧ୍ୟରେ ରହିଆସିଥିବା ଶହ ଶହ ବର୍ଷ ପୁରୁଣା ବନ୍ଧୁତାର ଉଦାହରଣ ଦେଇଥିଲେ। ମୋଦୀ କହିଛନ୍ତି, ୧୮୦ ବର୍ଷ ପୂର୍ବେ ଭାରତୀୟମାନେ ଗୁୟାନା ଭୂମିରେ ପାଦ ଦେଇଥିଲେ। ସ୍ୱାଧୀନତା ପାଇଁ ଉଭୟ ସମାନ ଭାବରେ ଲଢିଥିଲେ। ଗାନ୍ଧିଜୀଙ୍କ ନିକଟବର୍ତ୍ତୀ ଲୋକମାନେ ସ୍ୱାଧୀନତା ପାଇଁ ଏକାଠି ଲଢିଥିଲେ ଏବଂ ସ୍ୱାଧୀନତା ପାଇଥିଲେ। ଆଜି ଉଭୟ ଦେଶ ଭାରତ ଏବଂ ଗୁୟାନା ନିଜ ଗଣତନ୍ତ୍ରକୁ ମଜବୁତ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି। ପ୍ରକାଶ, ୟୁରୋପ, ମଧ୍ୟପ୍ରାଚ୍ୟରେ ଯେତେବେଳେ ଯୁଦ୍ଧର ବିଭୀଷିକା ଚରମ ଶିଖରରେ ପହଞ୍ôଚଛି ସେତେବେଳେ ଗତ ୫୬ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଗୁୟାନା ସଂସଦରୁ ବିଶ୍ୱ ଉଦ୍ଦେଶ୍ୟରେ ଏପ୍ରକାର ବାର୍ତ୍ତା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking