21.1 C
Bhubaneswar
Wednesday, February 4, 2026
Homeଓଡିଶାମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି: ମନମୋହନ ସାମଲ

ମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି: ମନମୋହନ ସାମଲ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ୧୨୬ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦିଜୀ ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀ ଅଭିଯାନ ଉପରେ ଗୁରୁତ୍ୱ ଦେବା ସହ ସହିଦ ଭଗତ୍ ସିଂ ଏବଂ ଭାରତରତ୍ନ ଲତା ମଙ୍ଗେଶକରଙ୍କୁ ସେମାନଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନାରୀଶକ୍ତି କିଭଳି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସେବିଷୟରେ କହିଛନ୍ତି । ଛଟ୍‌ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ସବୁ ପର୍ବପର୍ବାଣୀ ପ୍ରସଙ୍ଗରେ କହି ସାଧାରଣ ବିଷୟକୁ ଲୋକଲୋଚନକୁ ଆଣିଛନ୍ତି । ଏହାଦ୍ୱାରା ସମାଜରେ ସଚେତନତା ସୃଷ୍ଟି ହେବା ସହ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଛି । ସେମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳୁଛି । ମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚନ୍ଦକା ମଣ୍ଡଳ କାର୍ଯ୍ୟାଳୟରେ “ମନ କି ବାତ” କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି ଯେ, “ମନ କି ବାତ” କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ ବରଂ ସାମାଜିକ ପରିବର୍ତନର ଏକ ମାଧ୍ୟମ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଏବଂ ଜନସାଧାରଣଙ୍କ ସହ ହୃଦୟସ୍ପର୍ଶୀ ବାର୍ତା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ଉଜ୍ୱଳ ଭବିଷ୍ୟତ ନିର୍ମାଣରେ ଅଂଶୀଦାର ହେବାକୁ ପ୍ରେରଣା ଯୋଗାଉଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତ୍ରୀରେ ସଭିଏଁ ଖଦି ବସ୍ତ୍ର କିଣିବା ସହ ପରିଧାନ କରିବାକୁ ମୋଦିଜୀ କହିଛନ୍ତି । ସ୍ୱଦେଶୀ ଅଭିଯାନ ଜରିଆରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ମୋଦିଜୀ ଆହ୍ୱାନ ଦେଇଛନ୍ତି । ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିବ । ଦେଶର ନାରୀଶକ୍ତି କିଭଳି ଅସମ୍ଭବକୁ ସମ୍ଭବ କରିପାରୁଛି ସେବିଷୟରେ ଅବଗତ କରାଇବା ପାଇଁ ମୋଦିଜୀ ଭାରତୀୟ ନୌସେନାର ୨ ମହିଳା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନେ କିପରି ୮ ମାସ କାଳ ସମୁଦ୍ର ଭିତରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସାହାସ ଓ ଦୃଢ଼ତାର ପରିଚୟ ଦେଇଥିଲେ, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ବିଷୟ । ଆଗରୁ ଯେଉଁମାନେ କହୁଥିଲେ ବଣର ମାଳତୀ ବଣରେ ଫୁଟି ଝଡିଯାଏ କେହି ଜାଣିପାରନ୍ତି ନାହିଁ । ମାତ୍ର ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଯୋଗୁ ଦେଶର ସବୁ କୋଣ ଅନୁକୋଣର ବିଷୟ ଲୋକଙ୍କ ପାଖରେ ପହଂଚିପାରୁଛି । ଦେଶ ସର୍ବୋପରି ବୋଲି ମୋଦିଜୀ ଯେଉଁ ବାର୍ତା ଦେଇଛନ୍ତି ଏହା ସମସ୍ତଙ୍କ ମନରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି । “ମନ କି ବାତ” କାର୍ଯ୍ୟକ୍ରମରେ ମୋଦିଜୀ ଦେଇଥିବା ବାର୍ତା ଘରେ ଘରେ ପହଂଚାଇବାକୁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଚନ୍ଦକାଠାରେ ମହାନ ବିପ୍ଳବୀ ପାଇକ ଯୋଦ୍ଧା ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସୁଦିପ୍ତ କୁମାର ରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ଜିଲ୍ଲା ଉପସଭାପତି ଡାକ୍ତର ବେହେରା, ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଚୌଧୁରୀ, ବୁଥ୍ ସଭାପତି ଶ୍ରୀଧର ବେହେରା, ପଂଚାୟତ ସଭାପତି ଦିବ୍ୟସିଂହ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଅଜୟ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ନରେନ୍ଦ୍ର କୁମାର ବଡ଼ଜେନା, ବରିଷ୍ଠ ନେତା ପ୍ରତାପ ରାଉତ, ନିକୁଞ୍ଜ କିଶୋର ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking