26.1 C
Bhubaneswar
Thursday, September 19, 2024
Homeଓଡିଶାଆସନ୍ତାକାଲି ୧୦.୫୦ରେ ଆସିବେ ମୋଦୀ

ଆସନ୍ତାକାଲି ୧୦.୫୦ରେ ଆସିବେ ମୋଦୀ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଛନ୍ତି । ତେବେ ମୋଦୀଙ୍କ ଗସ୍ତ ନେଇ ବିସ୍ତୃତ ବିବରଣୀ ସାମନାକୁ ଆସିଛି । ପୂର୍ବାହ୍ନ ୧୦ଟା ୫୦ରେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରରୁ ସିଧା ମୋଦୀ ଗାଡ଼କଣ ବସ୍ତି ଅଭିମୁଖେ ଯିବେ । ୧୧.୧୦ରେ ମୋଦୀ ଗାଡ଼କଣ ବସ୍ତିରେ ପହଞ୍ଚିବେ । ସେଠାରେ ମୋଦୀ ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ । ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମୈଦାନରେ ପହଞ୍ଚିବେ । ଜନତା ମୈଦାନରେ ମୋଦୀ ଦିନ ୧ଟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି ।

ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ବେଳେ ପ୍ରବଳ  ଜନସମାଗମର ସମ୍ଭାବନା ରହିଛି । କମିଶନରେଟ୍‌ ପୁଲିସ କିଛି ରାସ୍ତାରେ ଟ୍ରାଫିକ୍‌ କଟକଣା ଲାଗୁ କରିଛି । ଜୟଦେବବିହାରରୁ ନାଲ୍‌କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ  ସମ୍ପୂର୍ଣ୍ଣ ବନ୍ଦ ରହିବ । ୧୬ ନଂ ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ କ୍ରାଉନ୍‌ ହୋଟେଲ ଓ  ଆଚାର୍ୟ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବବିହାର ଆଡ଼କୁ ଯାଇପାରିବେନି ।

ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡି଼ ଡମଣା ଛକଠାରୁ ବାମ  ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ । ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ  ଆଚାର୍ୟ୍ୟ ବିହାରକୁ ଯାଇପାରିବେ । ନଚେତ୍‌, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍‌  ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍‌ଏଚ୍‌-୧୬କୁ  ଛୁଇଁପାରିବେ ।

 ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡି଼  ଆଚାର୍ୟ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା  ଛକରେ ବାହାରିବେ । ନଚେତ୍‌, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ  ଡିଏନ୍‌ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ । ବେହେରା ସାହି ପଟୁ  ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା  ସାହିଠାରୁ ଆଚାର୍ୟ୍ୟବିହାର କିମ୍ବା ସିଆର୍‌ପି ଛକ ହୋଇ ଯାଇପାରିବେ । ଆସନ୍ତା ୧୭ ତାରିଖ  ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଜରୁରୀ  ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking