ନୂଆଦିଲ୍ଲୀ: ଆସନ୍ତାକାଲି ୪ଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ବିଭିନ୍ନ କାଯ୍ୟକ୍ରମରେ ସାମିଲ ହେବେ । ଦୁଇ ଦିନିଆ ଗସ୍ତରେ ଉତ୍ତରପ୍ରଦେଶ, ବିହାର , ପଶ୍ଚିମବଙ୍ଗ, ସିକିମ ଗସ୍ତ କରିବେ ମୋଦୀ । ଏଥିସହ ୬୯ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ମୋଦୀଙ୍କ ସିକିମ ଯିବାର କାଯ୍ୟକ୍ରମ ରହିଛି । ସିକିମରେ ସିକିମ୫୦ କାଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହା ପରେ ସିକିମରୁ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । କୁଚ ବେହେରା ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିଦିନ ସେଠାରୁ ବିହାର ଗସ୍ତରେ ବାହାରିବେ ମୋଦୀ । ବିହାରରେ ୧୨୦୦ କୋଟି ଟଙ୍କାର ନୂଆ ଟର୍ମିନାଲର ଉଦଘାଟନ କରିବେ । ଏଥିସହ ୧୪୧୦ କୋଟି ଟଙ୍କାରେ ନିର୍ମିତ ବିହାର ବିମାନବନ୍ଦରର ନୂଆ ସିଭିଲ ଏନ୍କ୍ଲେଭର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ବିବାହାରରେ ରାତ୍ରିଯାପନ କରିବେ । ୩୦ ତାରିଖ ୧୧ଟାରେ ପ୍ରଧାନମନ୍ତ୍ରୀ ବିହାର କର୍କାତ ଜିଲ୍ଲାରେ ୪୮ ହଜାର ୫୨୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ୟ୍ୟର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।