ନୂଆଦିଲ୍ଲୀ: ସଂସଦରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ମୁହାଁମୁହିଁ ସ୍ଥିତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ମୁହାଁମୁହିଁ ହୋଇଛନ୍ତି । ଚୀନ ଉପରେ ରାହୁଲ କହିବାକୁ ଜିଦ କରିବାରୁ ଗୃହରେ ଅଚଳାଅବସ୍ଥା ଦେଖାଦେଇଥିଲା । ପୂର୍ବତନ ସେନାଧ୍ୟକ୍ଷ ଙ୍କ ଏକ ଅପ୍ରକାଶିତ ପୁସ୍ତକର ଅଂଶକୁ ନେଇ ବିବାଦ ଦେଖାଦେଇଛି । କାଲିଠୁ ରାହୁଲ ଜିଦରେ ଅଟଳ ରହିବାରୁ ଗୃହରେ ହଟ୍ଟଗୋଳ ଦେଖାଦେଇଛି । ଚାଲିପାରୁନି ଗୃହ, ଏନେଇ ଗୃହକୁ ୩ଟା ଯାଏଁ ମୁଲବି କରିଥିଲେ ବାଚସ୍ପତି । ପରେ ସଂସଦ ବାହାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାହୁଲ ଗାନ୍ଧୀ କହିଥିଲେ, ଚାରି ମାସ ଧରି ଅଟକି ରହିଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହଠାତ କିପରି ଚୁକ୍ତି ସ୍ୱାକ୍ଷରିତ ହେଲା । ସେ କେନ୍ଦ୍ରଠାରୁ ବାଣିଜ୍ୟ ଚୁକ୍ତିର ବିବରଣୀ ମଧ୍ୟ ମାଗିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବିକ୍ରି କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି । ଆହୁରି କହିଛନ୍ତି, ଗତ କିଛି ମାସ ଧରି ଅଟକି ରହିଥିବା ରହିଥିବା ଆମେରିକା -ଭାରତ ବାଣିଜ୍ୟ ଚୁକ୍ତିନାମା ଗତକାଲି ରାତିରେ ନରେନ୍ଦ୍ର ମୋଦି ସ୍ୱାକ୍ଷର କରିଛନ୍ତି ।ନରେନ୍ଦ୍ର ମୋଦୀ ଜୀ ଏହି ବାଣିଜ୍ୟ ଚୁକ୍ତିନାମାରେ ଆପଣଙ୍କ କଠିନ ପରିଶ୍ରମକୁ ବିକ୍ରି କରିଦେଇଛନ୍ତି କାରଣ ସେ ଆପତ୍ତିଗ୍ରସ୍ତ। ସେ ଦେଶକୁ ବିକ୍ରୟ କରିଦେଇଛନ୍ତି।










