22.1 C
Bhubaneswar
Friday, November 29, 2024
Homeଓଡିଶାଆଜି ଆସିବେ ମୋଦୀ, ଶାହ: ରାଜଧାନୀରେ ହାଇ ଆଲର୍ଟ

ଆଜି ଆସିବେ ମୋଦୀ, ଶାହ: ରାଜଧାନୀରେ ହାଇ ଆଲର୍ଟ

ଭୁବନେଶ୍ୱର: ଡିଜିପି ସମ୍ମିଳନୀରେ ସାମିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ତିନି ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି। ସେମାନେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବେ। ତେବେ ଡିଜିପି ସମ୍ମିଳନୀ ପୂର୍ବରୁ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ବଡ଼ ଆକ୍ରମଣ ନେଇ ଧମକ ଦେଇଛି। ସେ କହିଛି ଯେ, ‘ଟେମ୍ପଲ ସିଟିକୁ ‘ଟେରର ସିଟି’ରେ ପରିଣତ କର। ହୋଟେଲ ଓ ମନ୍ଦିରରେ ଲୁଚି ରୁହ।’ ଏହି କଥା ଜଣାପଡ଼ିବା ପରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସେ ନଭେମ୍ବର ୨୯ ଅପରାହ୍ନ ୪ଟା୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚି ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ୫ଟା ୧୫ରେ ରାଜଭବନରେ ପହଞ୍ଚିବେ। ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ରହି ପାଞ୍ଚ ମିନିଟ ପରେ ଅର୍ଥାତ ୬ଟା୨୦ରେ ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଏହି ଅବସରରେ ସେ ଉଭୟ ଦଳ ଓ ସରକାରୀ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବେ। ତେବେ ମୋଦୀ ପହଞ୍ଚିବା ପରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ। ପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂନ୍ଧ୍ୟା ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ। ସାଢ଼େ ୮ଟାରେ ସେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ରାଜଭବନରେ ଠିକ୍ ୮ଟା ୪୫ରେ ପହଞ୍ଚିବେ। ଏବଂ ସେଠାରେ ରାତ୍ରିଯାପନ କରିବେ। ନଭେମ୍ବର ୩୦ ସକାଳ ସାଢ଼େ ୮ଟାରେ ରାଜଭବନରୁ ବାହାରି ଶ୍ରୀ ମୋଦୀ ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ଦେଶର ସୁରକ୍ଷା ସମ୍ଭନ୍ଧୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବେ। ପୁଣି ରାତି ରାଜଭବନ ରାତ୍ରୀଯାପନ କରିବେ। ସେହିପରି ଡିସେମ୍ବର ୧ ତାରିଖ ସାକଳ ୮ଟା ୨୫ରେ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ସାଢ଼େ ୮ଟାରେ ଡିଜିପି ସମ୍ମିଳନୀରେ ଯୋଗଦେଇ ଅପରାହ୍ନ ଠାକ୍ ୪ଟା ୧୫ ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟର ଠାରେ ରହିବେ। ପରେ ଅର୍ଥାତ ଅପରାହ୍ନ ସାଢ଼େ ୪ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୯ ତାରିଖ ମଧ୍ୟାହ୍ନରେ ବି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିବେ। ସେଥିପାଇଁ ରାଜଧାନୀ ନୂଆ ରୂପରେ ସଜେଇ ହୋଇଛି। ମୋଦୀ ଓ ଶାହଙ୍କ ବଡ଼ ବଡ଼ କଟଆଟ୍ ଲାଗିଛି। ଡିଜିପି ସମ୍ମିଳନୀରେ ମୋଟ୍ ୯୦ ଜଣ ଡିଜିପି ଓ ଆଇଜିପି ଯୋଗଦେବେ। ଏମାନେ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିବେ। ପ୍ରାୟ ୩୦୦ ପଦାଧିକାରୀ ୩ ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହିବେ। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା। ୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ୱର ପୋଲିସ ଛାଉଣୀ। ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନଗୁଡିକ ପୁଲିସର ସ୍କାନରରେ ରହିବ। ପୁରା ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଭୁବନେଶ୍ୱରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିବେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲୋକମାନଙ୍କ ଯାତାୟତ ଉପରେ କଟକଣା କରାଯାଇଛି। ଲୋକସେବା ଭବନ ଚତୁଃପାଶ୍ୱର୍କୁ ଆଧୁନିକ ଅସ୍ତ୍ର ସହ ପୁଲିସ ଜଗିଛନ୍ତି। ନିଜେ ଓଡ଼ିଶା ପୁଲିସ୍ ଡଜିପି ୱାଇବି ଖୁରାନିଆ ସୁରକ୍ଷା କାର୍ଯ୍ୟର ତଦାରଖ କରୁଛନ୍ତି। କେଉଁଠି ଯେମିତି ତୃଟି ନରହେ ସେଥିପ୍ରତି ନଜର ଦିଆଯାଇଛି। ତେବେ ରଙ୍ଗ ବେରଙ୍ଗୀ ଆଲୁଅରେ ସଜେଇ ଦିଆଯାଇଛି। ୱାଲ ପେଣ୍ଟିଂସ୍ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking